ଓଡିଶା

odisha

By

Published : Jul 20, 2021, 6:14 PM IST

ETV Bharat / bharat

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକା ବୈଦେଶିକ ସଚିବ

ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି ଯୁକ୍ତରାଷ୍ଟ୍ର ଗୃହ ସଚିବ
ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି ଯୁକ୍ତରାଷ୍ଟ୍ର ଗୃହ ସଚିବ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନକେନ । ଏନେଇ ଚୂଡାନ୍ତ କାର୍ଯ୍ୟସୂଚୀ ସ୍ଥିର କରାଯାଇନଥିବା ବେଳେ ଆସନ୍ତା ସପ୍ତାହରେ ଏହି ଗସ୍ତ ହେବ ।

ଆଣ୍ଟୋନୀ ବ୍ଲିନକେନ ଏହି ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ । ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଭୟ ଦେଶର ସହଭାଗିତା ଓ ବର୍ତ୍ତମାନ ଆଫଗାନିସ୍ତାନରେ ଦେଖାଯାଇଥିବା ଗୃହଯୁଦ୍ଧ ପରିସ୍ଥିତି ଉପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବା ନେଇ ଚର୍ଚ୍ଚା ହେଉଛି ।

ପୂର୍ବରୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଏସ ଜୟଶଙ୍କର ଓ ଆଣ୍ଟୋନୀଙ୍କ ମଧ୍ୟରେ ୩ଥର ସାକ୍ଷାତ ହୋଇସାରିଛି । ବ୍ଲିନକେନ ବାଇଡେନ ପ୍ରଶାସନର ଦ୍ବିତୀୟ ସଚିବ ଭାବେ ଭରାତ ଗସ୍ତ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ଯୁକ୍ତରାଷ୍ଟ୍ରର ପ୍ରତିରକ୍ଷା ସଚିବ ଲଏଡ ଜେ ଅଷ୍ଟିନ ଭାରତ ଗସ୍ତରେ ଆସି ସାରିଛନ୍ତି ।

@ANI

ABOUT THE AUTHOR

...view details