ଓଡିଶା

odisha

By

Published : Jul 27, 2021, 10:40 PM IST

ETV Bharat / bharat

ଭାରତରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ

ଭାରତରେ ପହଞ୍ଚିଲେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆସନ୍ତାକାଲି ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ସହିତ ଆଲୋଚନା କରିବେ । ଅଧିକ ପଢନ୍ତୁ...

ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ
ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ । ଦୁଇ ଦିନିଆ ଭାରତ ଗସ୍ତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆସନ୍ତାକାଲି ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ସହିତ ଆଲୋଚନା କରିବେ ।

ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ସଚିବ ଅନ୍ଥୋନୀ ବ୍ଲିଙ୍କେନ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସହିତ ଭେଟିବା ସହ ଏହାପରେ ଏନଏସଏ ଅଜିତ ଡୋଭାଲଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଆସୁଛନ୍ତି । ଦୁଇ ଦେଶର ନାଗରିକଙ୍କ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସମ୍ଭାବନା ରହିଛି । ଏହି ଗସ୍ତରେ ଭାରତରେ ଦ୍ବିପାକ୍ଷିକ ଆଲୋଚନା ସହିତ ଆଞ୍ଚଳିକ ସମସ୍ୟା ଏବଂ ଆଫଗାନିସ୍ଥାନରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସମସ୍ୟା ବିଷୟରେ ଆଲୋଚନା କରାଯିବା ସମ୍ଭବନା ରହିଛି ।

ଚଳିତ ବର୍ଷ ମେ ମାସରେ ୱାଶିଂଟନ୍ ଗସ୍ତ ସମୟରେ ଭାରତର ବଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ପ୍ରସଙ୍ଗ ଉଠାଇଛନ୍ତି । ତାଲିବାନ ସହିତ ଆଫଗାନିସ୍ତାନରେ ନିଜର ଆମେରିକାର ସୈନ୍ୟ ବାହୀନି ପ୍ରତ୍ୟାହାର ବିଷୟର ମଧ୍ୟ ଆଲୋଚନା କରାଯିବ । ସୁଦୃଢ ତଥା ବହୁମୁଖୀ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କ ଏବଂ ସେମାନଙ୍କୁ ଆହୁରି ଦୃଢ କରିବାର ସମ୍ଭାବନା । ଆଲୋଚନାଗୁଡିକ ପାରସ୍ପରିକ ସ୍ବାର୍ଥର ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେବେ ।

ABOUT THE AUTHOR

...view details