ଓଡିଶା

odisha

ETV Bharat / bharat

G7 Summit: ବିଶ୍ବନେତାଙ୍କ ମଧ୍ୟରେ ମୋଦିଙ୍କୁ ଖୋଜି ଖୋଜି ଆସିଲେ ବାଇଡେନ - ଖୋଜି ଖୋଜି ଆସିଲେ ବାଇଡେନ

ଆଜି ପ୍ରଧାନମନ୍ତ୍ରୀ ମୋଦି ଜର୍ମାନ(Germany) ରାଷ୍ଟ୍ରପତି, ଆମେରିକା ରାଷ୍ଟ୍ରପତି, କାନାଡା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବା ପାଇଁ ଧାଇଁ ଆସୁଛନ୍ତି । ଅଧିକ ପଢନ୍ତୁ

G7 Summit
G7 Summit

By

Published : Jun 27, 2022, 10:46 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଜି7 ବୈଠକରେ ସାମିଲ ହେବା ପାଇଁ ଦୁଇ ଦିନିଆ ଜର୍ମାନୀ ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ମୋଦି ଜି7 ବୈଠକ(G7Summit ) ସମେତ ସେହି ରାଷ୍ଟ୍ରର ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି । ଏହାସହ ଜର୍ମାନୀରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ।

ଆଉ ଏହାରି ମଧ୍ୟରେ ଜର୍ମାନୀରେ ଜମା ହୋଇଥିବା ବିଶ୍ବନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ନମସ୍କାର ପ୍ରତିନମସ୍କାର ଏବେ ଚର୍ଚ୍ଚାରେ ରହିଛି । ଆଉ ସେହି ସମୟରେ ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଜର୍ମାନ(Germany) ରାଷ୍ଟ୍ରପତି, ଆମେରିକା ରାଷ୍ଟ୍ରପତି, କାନାଡା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବା ପାଇଁ ଧାଇଁ ଆସୁଛନ୍ତି । ଭିଭିଓରେ ଦେଖାଯାଉଛି ଯେତେବେଳେ ମୋଦି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ହାଲକା ଫୁଲକା ଆଲୋଚନା କରୁଛନ୍ତି । ଠିକ ସେତିକି ବେଳେ ରାଷ୍ଟ୍ରପତି ଜୋ ବାଇଡେନ ମୋଦିଙ୍କ ସହ ହାତ ମିଳାଇବା ପାଇଁ ଆସି ପଛ ପଟୁ ମୋଦିଙ୍କୁ ହାଲକା ଥାପୁଡାଉଛନ୍ତି । ମୋଦି ହଠାତ୍ ପଛକୁ ଦେଖି ଆଶ୍ଚମ୍ଭିତ ହୋଇ ଗୋଟିଏ ପାହାଚ ଉପରକୁ ଉଠି ବାଇଡେନଙ୍କ ସହ ହାତ ମିଳାଇ ଆଲୋଚନା କରୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିଡିଓକୁ ନେଇ ଭିନ୍ନ ଭିନ୍ନ ମତାମତ(କମେଣ୍ଟ) ଆସିବାରେ ଲାଗିଛି ।

ABOUT THE AUTHOR

...view details