ଓଡିଶା

odisha

ETV Bharat / bharat

US ଉଦ୍ଦେଶ୍ୟ ପୂରଣ ହୋଇଛି, ଆଫଗାନ ରାଷ୍ଟ୍ରପତି ଲଢିବା ବଦଳରେ ପଳାଇଲେ: ବାଇଡେନ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ନେଇ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତୀୟ ସମୟ ରାତି ଗୋଟାଏରେ ହ୍ବାଇଟ ହାଉସରୁ ସମ୍ବୋଧିତ କରିଛନ୍ତି ବାଇଡେନ । ଅଧିକ ପଢନ୍ତୁ...

US President
US President

By

Published : Aug 17, 2021, 9:33 AM IST

ନ୍ୟୁୟର୍କ/ନୂଆଦିଲ୍ଲୀ: ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ନେଇ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତୀୟ ସମୟ ରାତି ଗୋଟାଏରେ ହ୍ବାଇଟ ହାଉସରୁ ସମ୍ବୋଧିତ କରି ଆଫଗାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବଡ ଘୋଷଣା କରିଛନ୍ତି ବାଇଡେନ ।

US ଉଦ୍ଦେଶ୍ୟ ପୂରଣ ହୋଇଛି

ଆମେରିକା ଆଫଗାନିସ୍ତାନରୁ ସେନା ଫେରାଇ ନେବା ପ୍ରସଙ୍ଗରେ ବାଇଡେନ କହିଛନ୍ତି ଏହି ନିଷ୍ପତ୍ତି ଠିକ ଥିଲା । ସେନା ପ୍ରତ୍ୟାହାରକୁ ନେଇ ଆମେରିକା କୌଣସି ଭୁଲ କରିନାହିଁ । କିଛି ଲୋକ ଆମେରିକାକୁ ଆଫଗାନ ସ୍ଥିତି ପାଇଁ ଦାୟୀ କରୁଛନ୍ତି, କିନ୍ତୁ ଆମେ ସଠିକ ନିଷ୍ପତ୍ତି ନେଇଛୁ ବୋଲି ବାରମ୍ବାର ଦୋହରାଇଛନ୍ତି ବାଇଡେନ । ଆମେରିକାବାସୀଙ୍କୁ ସମ୍ବୋଧିତ କରି ବାଇଡେନ କହିଛନ୍ତି ଆମ ସେନାକୁ ଅଧିକ ଦିନ ବିପଦରେ ରଖି ହେବ ନାହିଁ । ଆଫଗାନ ପାଇଁ ଆମେରିକା ସେନାର ବଳିଦାନ ସାରା ବିଶ୍ବ ଦେଖିଛି । ଗତ ୨୦ ବର୍ଷ ମଧ୍ୟରେ ଆମେରିକା ସେନାର ଶହଶହ ଯବାନ ଶହୀଦ ହୋଇଛନ୍ତି ।

ଏହି ସମୟରେ ଆମେରିକା ଅନେକ କଷ୍ଟକରି ଆଫଗାନ ସେନାକୁ ପ୍ରସ୍ତୁତ କରିଥିଲା । କିନ୍ତୁ ଆଫଗାନ ସେନା କିଛି ଶିଖିପାରିଲା ନାହିଁ । ରାଷ୍ଟ୍ରପତି ଅସ୍ରଫ ଘନି ଲଢିବା ପରିବର୍ତ୍ତେ ଦେଶ ଛାଡି ଚାଲିଗଲେ । ଏପରି ସ୍ଥଳେ ଆମେ ଅଧିକ କିଛି କରିପାରିବୁ ନାହିଁ । କାରଣ ଗତ ୨୦ ବର୍ଷରେ ଆମେରିକା ସେନା ଅନେକ କିଛି ହରାଇଛି । ଆମର ଯବାନ ନିଜ ପ୍ରିୟ ପରିଜନଙ୍କୁ ଛାଡି ବର୍ଷ ବର୍ଷ ଆଫଗାନିସ୍ତାନକୁ ସୁରକ୍ଷା ଦେଉଥିଲେ । ଅଧିକ ଦିନ ସେନାକୁ ପରିବାର ପାଖରୁ ଦୂରେଇ ରଖାଯାଇ ପାରିବ ନାହିଁ ।

ସେହିପରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଛନ୍ତି ଡାଇଡେନ । ଟ୍ରମ୍ପଙ୍କୁ କଟାକ୍ଷ କରି କହିଛନ୍ତି , ଆମେରିକା ଆଫଗାନକୁ ଯେଉଁ ଉଦ୍ଦେଶ୍ୟ ନେଇଯାଇଥିଲା ତାହା ସଫଳ ହୋଇଛି । ଆମେ ଅଲ-କାଏଦାକୁ ସଫା କରିଛୁ । ଆମେରିକା ବିରୋଧୀଙ୍କୁ କଡା ଜବାବ ଦେଇଛୁ । ଆମେ ରାଷ୍ଟ୍ର ନିର୍ମାଣ ପାଇଁ ନୁହେଁ ଆତଙ୍କି ନିପାତ ପାଇଁ ଯାଇଥିଲୁ । ଯେଉଁଥିରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ବାଇଡେନ । ସେହିପରି ଟ୍ରମ୍ପଙ୍କ ଶାସନ କାଳରେ ୧୫ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଥିବା ବେଳେ ଏବେ ୨ ହଜାରରୁ କମ ଯବାନ ଆଫଗାନରେ ଥିବା କହିଛନ୍ତି ।

ସମ୍ବୋଧନ ଅବସରରେ ବାଇଡେନ ସ୍ପଷ୍ଟ କରିଛନ୍ତି କି ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ଭଲ ନାହିଁ । ଦୃତଗତିରେ ପ୍ରତିକ୍ଷଣରେ ଚିତ୍ର ବଦଳୁଛି । ତଥାପି ଆମର ବିଦେଶ ନୀତି ଅନୁସାରେ ଆମେ ଆଫଗାନ ନାଗରିକଙ୍କ ମାନବଅଧିକାର ପାଇଁ ଲଢେଇ କରିବୁ । ଆଫଗାନିସ୍ତାନକୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଯୋଗାଇ ଦେବୁ ବୋଲି କହିଛନ୍ତି ।

ABOUT THE AUTHOR

...view details