ଓଡିଶା

odisha

ETV Bharat / bharat

‘ଭର୍ଚୁଆଲ ଜଳବାୟୁ ଶିଖର ସମ୍ମଳନୀ’: ମୋଦିଙ୍କ ସମେତ ବିଶ୍ବର ୪୦ ନେତାଙ୍କୁ ମିଳିଲା ନିମନ୍ତ୍ରଣ - ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚ୍ୟୁଆଲ ଶିଖର ସମ୍ମଳନୀ

ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚୁଆଲ ଶିଖର ସମ୍ମଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ବର ୪୦ଜଣ ନେତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ହ୍ଵାଇଟ ହାଉସ ସୂଚନା ଦେଇଛି । ଅଧିକ ପଢନ୍ତୁ...

‘ଭର୍ଚ୍ୟୁଆଲ ଜଳବାୟୁ ଶିଖର ସମ୍ମଳନୀ’: ମୋଦୀଙ୍କ ସମେତ ବିଶ୍ବର ୪୦ ନେତାଙ୍କୁ ନିମନ୍ତ୍ରଣ କଲେ ବାଇଡେନ
‘ଭର୍ଚ୍ୟୁଆଲ ଜଳବାୟୁ ଶିଖର ସମ୍ମଳନୀ’: ମୋଦୀଙ୍କ ସମେତ ବିଶ୍ବର ୪୦ ନେତାଙ୍କୁ ନିମନ୍ତ୍ରଣ କଲେ ବାଇଡେନ

By

Published : Mar 27, 2021, 10:59 AM IST

ନୂଆଦିଲ୍ଲୀ: ଜଳବାୟୁ ସଂକ୍ରାନ୍ତ ଏକ ଭର୍ଚୁଆଲ ଶିଖର ସମ୍ମଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ବର ୪୦ଜଣ ନେତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମନ୍ତ୍ରଣ କରିଛନ୍ତି ବୋଲି ଶୁକ୍ରବାର ଦିନ ହ୍ଵାଇଟ ହାଉସ ସୂଚନା ଦେଇଛି । ଏପ୍ରିଲ ୨୨ ଓ ୨୩ ରେ ହେବାକୁ ଥିବା ଜଳବାୟୁ ସଂକ୍ରାନ୍ତ ନେତାମାନଙ୍କର ଏହି ଶିଖର ସମ୍ମଳନୀର ପ୍ରୟୋଜକ ହେଉଛନ୍ତି ଜୋ ବାଇଡେନ । ତେବେ ଏପ୍ରିଲ ୨୨ ଓ ୨୩ରେ ହେବାକୁ ଥିବା ‘ଜଳବାୟୁ ସଂକ୍ରାନ୍ତ ନେତାଙ୍କ ଶିଖର ସମ୍ମିଳନୀ’କୁ ରାଷ୍ଟ୍ରପତି ବାଇଡେନ ବିଶ୍ବର ୪୦ଜଣ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଯାହା ସର୍ବସାଧାରଣଙ୍କ ଦର୍ଶନାର୍ଥେ ଏହି ‘ଭର୍ଚୁଆଲ ନେତାଙ୍କ ଶିଖର ସମ୍ମିଳନୀ’ର ସିଧା ପ୍ରସାରଣ କରାଯିବ । ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପ୍ୟାରିସ ରାଜିନାମାକୁ ଯୁକ୍ତରାଷ୍ଟ୍ର ଆମେରିକା ଫେରାଇ ନେବା ନିମନ୍ତେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନ ହିଁ ରାଷ୍ଟ୍ରପତି ବାଇଡେନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ପରେ ଜାନୁଆରି ୨୭ ତାରିଖ ଦିନ ସେ ଘୋଷଣା କରିଥିଲେ ଯେ, ଜଳବାୟୁ ସଙ୍କଟ ମୁକାବିଲା ନିମନ୍ତେ ସେ ଖୁବ୍‌ ଶୀଘ୍ର ପ୍ରମୁଖ ଅର୍ଥନୀତିମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରିବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତିରେକ, ଜୋ ବାଇଡେନ୍ ‘କ୍ବାଡ’ ନେତା ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି ।

ABOUT THE AUTHOR

...view details