ଓଡିଶା

odisha

By

Published : Nov 4, 2020, 6:17 PM IST

ETV Bharat / bharat

ଆମେରିକା ନିର୍ବାଚନ: 4 ଭାରତୀୟ ବଂଶୋଦ୍ଭବଙ୍କ ପୁନଃର୍ବିଜୟ

ଇଣ୍ଡିଆନ-ଆମେରିକାନ ଡେମୋକ୍ରାଟିକ ଲ'ମେକର୍ସ ଡଃ. ଏମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କୃଷ୍ଣମୂର୍ତ୍ତିଙ୍କୁ ଆମେରିକା ସଂସଦକୁ ପୂନର୍ବାର ନିର୍ବାଚିତ ହୋଇଛନ୍ତି । ଉଭୟ ଡେମୋକ୍ରାଟିକ ଓ ରିପବଲିକାନ ପାର୍ଟି ଏହି ସମ୍ପ୍ରଦାୟର 18 ଲକ୍ଷ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଭରପୁର ପ୍ରୟାସ କରିଥିଲେ । ଅଧିକ ପଢନ୍ତୁ...

ଆମେରିକା ନିର୍ବାଚନ: 4 ଭାରତୀୟ ବଂଶୋଦ୍ଭବଙ୍କ ପୁନର୍ବିଜୟ
ଆମେରିକା ନିର୍ବାଚନ: 4 ଭାରତୀୟ ବଂଶୋଦ୍ଭବଙ୍କ ପୁନର୍ବିଜୟ

ୱାଶିଂଟନ: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କୁ ମିଳିଛି ବଡ ସଫଳତା । ଇଣ୍ଡିଆନ-ଆମେରିକାନ ଡେମୋକ୍ରାଟିକ ଲ'ମେକର୍ସ ଡଃ. ଏମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କୃଷ୍ଣମୂର୍ତ୍ତିଙ୍କୁ ଆମେରିକା ସଂସଦକୁ ପୂନର୍ବାର ନିର୍ବାଚିତ ହୋଇଛନ୍ତି । ଉଭୟ ଡେମୋକ୍ରାଟିକ ଓ ରିପବଲିକାନ ପାର୍ଟି ଏହି ସମ୍ପ୍ରଦାୟର 18 ଲକ୍ଷ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ ଭରପୁର ପ୍ରୟାସ କରିଥିଲେ । ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଫ୍ଲୋରିଡା, ଜର୍ଜିଆ, ମିଚିଗାନ, ଉତ୍ତର କେରୋଲିନା, ପେନସିଲଭାନିଆ ଓ ଟେକ୍ସାସରେ ମହତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ମତଗଣନା ଆରମ୍ଭ ପରେ ପ୍ରଥମ ବିଜୟ ଭାରତୀୟ ବଂଶୋଦ୍ଭବ ରାଜା କୃଷ୍ଣମୂର୍ତ୍ତିଙ୍କ ହାତରେ ଲାଗିଥିଲା । 47 ବର୍ଷୀୟ ରାଜା କୃଷ୍ଣମୂର୍ତ୍ତି ତାଙ୍କ ପ୍ରତିଦ୍ବାନ୍ଦୀ ଲିବର୍ଟାରିୟନ ପାର୍ଟି ପ୍ରାର୍ଥୀ ପ୍ରେଷ୍ଟନ ନେଲସନଙ୍କୁ ସହଜରେ ପରାସ୍ତ କରିଛନ୍ତି | ବର୍ତ୍ତମାନ ସୁ୍ଦ୍ଧା ଗଣତି ହୋଇଥିବା ସର୍ବମୋଟ ଭୋଟର 75 ପ୍ରତିଶତ କୃଷ୍ଣମୂର୍ତ୍ତିଙ୍କୁ ମିଳିଥିବା ଜଣାପଡିଛି । ସେ ନୂଆଦିଲ୍ଲୀର ଏକ ତାମିଲ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ତାଙ୍କୁ ତିନିମାସ ହୋଇଥିଲା, ତାଙ୍କ ପରିବାର ନ୍ୟୁୟର୍କର ବୁଫାଲୋରେ ସ୍ଥାନାନ୍ତର ହୋଇଥିଲେ । ହାଭାର୍ଡରୁ ସ୍ନାତକ ହାସଲ କରିବା ପରେ କୃଷ୍ଣମୂର୍ତ୍ତି ଆଇନ କିରାଣୀ ଭାବରେ କାର୍ଯ୍ୟ କରିଥିଲେ ଏବଂ 2000 ନିର୍ବାଚନ ପ୍ରଚାରରେ ବାରାକ ଓବାମାଙ୍କ ପାଇଁ କାର୍ଯ୍ୟ କରିଥିଲେ। ତାଙ୍କ ନୀତି ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀକୁ ମଜବୁତ କରିବା ପାଇଁ କାର୍ଯ୍ୟ କରେ ।

ରୋ ଖାନ୍ନା ମଧ୍ୟ ନିଜର ପ୍ରତିଦ୍ବନ୍ଦୀଙ୍କୁ ସହଜରେ ପରାଜିତ କରିଛନ୍ତି । 44 ବର୍ଷୀୟ ଖାନ୍ନା ଜଣେ ଭାରତୀୟ-ଆମେରିକୀୟ ପ୍ରାର୍ଥୀ ଥିଲେ । ସେ ରିପବ୍ଲିକାନ ପାର୍ଟିର 48 ବର୍ଷୀୟ ରିତେଶ ଟଣ୍ଡନଙ୍କୁ 50 ପ୍ରତିଶତରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। କାଲିଫର୍ଣ୍ଣିଆର 17 ତମ କଂଗ୍ରେସ ଜିଲ୍ଲା ଉପରେ ଏହା କ୍ରମାଗତ ତୃତୀୟ ବିଜୟ । ଖାନ୍ନାଙ୍କ ପିତାମାତା 70 ଦଶକରେ ଉନ୍ନତ ସୁଯୋଗ ଖୋଜିବା ପାଇଁ ଆମେରିକା ଯାଇଥିଲେ। ତାଙ୍କ ଜେଜେବାପା ଭାରତର ସ୍ବାଧୀନତା ସଂଗ୍ରାମରେ ଲାଲା ଲଜପତ ରାୟଙ୍କ ସହ ମିଶି କାମ କରିଥିଲେ। ଆମେରିକା କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଅର୍ଥନୀତି, ସାଣ୍ଟା କ୍ଲାରା ୟୁନିଭରସିଟିରେ ଆଇନ ଏବଂ ସାନ ଫ୍ରାନ୍ସିସ୍କୋ ଷ୍ଟେଟ ୟୁନିଭରସିଟିରେ ଶିକ୍ଷାଗ୍ରହଣ କରିଥିଲେ । ଖାନ୍ନା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ସେହପରି ଡଃ. ଏମି ବେରା ମଧ୍ୟ ଆମେରିକା ସଂସଦକୁ ପୂନର୍ବାର ନିର୍ବାଚିତ ହୋଇଛନ୍ତି । 55 ବର୍ଷୀୟ ବେରା କାଲିଫର୍ଣ୍ଣିଆରରୁ କ୍ରମାଗତ ପଞ୍ଚମ ଥର ପାଇଁ ବିଜୟ ହାସଲ କରିଛନ୍ତି । ଶେଷ ସୂଚନା ସୁଦ୍ଧା ସେ ନିଜର ରିପବ୍ଲିକାନ ପ୍ରତିଦ୍ବନ୍ଦୀ ବଜ ପିଟରସନଙ୍କ ବିରୋଧରେ 25 ପ୍ରତିଶତରୁ ଅଧିକ ଭୋଟରେ ଅପରାଜିତ ରହିଥିଲେ। ବେରା ନିଜର ଡାକ୍ତରୀ ବୃତ୍ତିର ଅଭିଜ୍ଞତାକୁ ରାଜନୀତିରେ ବ୍ୟବହାର କରିଥିଲେ | ଲୋକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ଉପରେ ତାଙ୍କ ମୁଖ୍ୟ ଧ୍ୟାନ ରହିଛି । ସେ କଂଗ୍ରେସର ଦୀର୍ଘତମ ସେବା କରିଥିବା ଭାରତୀୟ-ଆମେରିକୀୟ ।

ଆମେରିକାର କଂଗ୍ରେସ ସଦସ୍ୟ ପ୍ରମଳା ଜୟପାଲ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା 55 ବର୍ଷୀୟ ଜୟପାଲ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଥିଲେ । ସେ ୱାଶିଂଟନ ରାଜ୍ୟର ସପ୍ତମ କଂଗ୍ରେସ ନିର୍ବାଚନମଣ୍ଡଳୀରୁ ରିପବ୍ଲିକାନ ପାର୍ଟିର କ୍ରେଗ୍ କେଲେଙ୍କୁ 70 ପ୍ରତିଶତ ଭୋଟରେ ପରାସ୍ତ କରିଛନ୍ତି । ସେ ଜମ୍ମୁ କାଶ୍ମୀର ଉପରେ ଭାରତର ନୀତି ତଥା ନାଗରିକତା ସଂଶୋଧନ ଆଇନକୁ ସମାଲୋଚନା କରିଥିଲେ । 2016 ପ୍ରମିଳା ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବରେ ଆମେରିକା କଂଗ୍ରେସକୁ ନିର୍ବାଚିତ ହୋଇଥିଲେ।

ABOUT THE AUTHOR

...view details