ଓଡିଶା

odisha

ETV Bharat / bharat

ନାନସି ପେଲୋସି ପହଞ୍ଚିବା ପରେ ତାଇୱାନରେ ହାଇଆଲର୍ଟ, ଚୀନର ଆକ୍ରମଣ ଚେତାବନୀ - China Taiwan china taiwan news

ଚୀନର ସମସ୍ତ ଚେତାବନୀକୁ ଭ୍ରୁକ୍ଷେପ କରି ଶେଷରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସି ପେଲୋସି (Nancy Pelosi) ତାଇୱାନ ରାଜଧାନୀ ତାଇପେଇରେ ଲ୍ୟାଣ୍ଡ କରିଛନ୍ତି । ପେଲୋସିଙ୍କ ଏହି ଗସ୍ତକୁ ନେଇ ଚୀନ ଚିହିଁକି ଉଠିଛି । ଅଧିକ ପଢନ୍ତୁ

Etv TaipeiTaiwanBharat
Etv BhTaipeiTaiwanarat

By

Published : Aug 2, 2022, 10:55 PM IST

ହାଇଦ୍ରାବାଦ: ଚୀନର ସମସ୍ତ ଚେତାବନୀକୁ ଭ୍ରୁକ୍ଷେପ କରି ଶେଷରେ ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନାନସି ପେଲୋସି (Nancy Pelosi) ତାଇୱାନ ରାଜଧାନୀ ତାଇପେଇରେ ଲ୍ୟାଣ୍ଡ କରିଛନ୍ତି । ପେଲୋସିଙ୍କ ଏହି ଗସ୍ତକୁ ନେଇ ଚୀନ ଚିହିଁକି ଉଠିଛି । ଆମେରିକାକୁ ପରିଣାମ ଭୋଗିବାକୁ ସିଧା ଚେତାବନୀ ଦେଇଛି ଚୀନ । ଯାହାକୁ ନେଇ ବିଶ୍ବରେ ଆଉ ଏକ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।

ନାନସି ପେଲୋସି ତାଇପେଇରେ ଲ୍ୟାଣ୍ଡ କରିବା ପରେ ବିଶ୍ବରେ ଆଉ ଏକ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ୧୯୯୭ ମସିହାପରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ଜନ ପ୍ରତିନିଧି ତାଇୱାନ ଗସ୍ତରେ ଆସିଛନ୍ତି । ବର୍ଷ ୧୯୯୭ ରେ ଆମେରିକା ସାଂସଦ ନ୍ୟୁଟ ଗିଗିଂ ତାଇୱାନ ଗସ୍ତରେ ଆସିଥିଲେ । ସେତେବେଳେ ମଧ୍ୟ ଏହାକୁ ନେଇ ବିରୋଧ ହୋଇଥିଲା ।

ଆଜି ଭାରତୀୟ ସମୟ ରାତି ୮ଟା 22 ମିନିଟରେ ଆମେରିକୀୟ ସିନେଟର ପ୍ରତିନିଧିମଣ୍ଡଳୀ ତାଇପେଇ ବିମାନ ବନ୍ଦରରେ ଅବତ୍ତରଣ କରିଛନ୍ତି । ଆମରିକାରୁ ଏସିଆ ପର୍ଯ୍ୟନ୍ତ ଜଳ ସ୍ଥଳ ମାର୍ଗରେ ଆମେରିକାର ସୁରକ୍ଷା ଏଜେନ୍ସୀ କଡା ନଜର ରଖିବା ସହ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏହି ସୁରକ୍ଷା ବଳୟ ମଧ୍ୟରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସିଛନ୍ତି ପେଲୋସି ଓ ତାଙ୍କ ଟିମ । ତାଇୱାନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତାଇୱାନରେ ପହଞ୍ଚିବା ପରେ ନାନସି ପେଲୋସି ଟ୍ବିଟ କରି କହିଛନ୍ତି ତାଇୱାନ ଲୋକତନ୍ତ୍ର ସାର୍ବଭୌମତ୍ବ ପ୍ରତି ଆମେରିକାର ସମର୍ଥନ ଓ ପ୍ରତିବଦ୍ଧତା ରହିଛି । ଯାହାକୁ ନେଇ ଚୀନର ରକ୍ତ ଚାପ ବଢିଯାଇଛି । କାରଣ ତାଇୱାନକୁ ଚୀନ ନିଜର ଏକ ଅଂଶ ମାନିଆସିଛି । ଆମେରିକାର ଏହି ପଦକ୍ଷେପ ପରେ ଏବେ ଯୁଦ୍ଧ ପାଇଁ ଧମକ ଦେଇଛି । ନିଜର ବାୟୁସେନା ସହ ବିଭିନ୍ନ ଆକ୍ସନ ୟୁନିଟକୁ ପୁରା ଆଲର୍ଟ କରିଛି ଡ୍ରାଗନ । ଚୀନ କହିଛି PLA ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ତାଇୱାନର ଆଖପାଖରେ ମିଳିତ ଅଭ୍ୟାସ କରିବ । ଏହାଦ୍ବାର ତାଇୱାନକୁ ପୂର୍ବ, ପଶ୍ଚିମ ଦକ୍ଷିଣରୁ ଘେରିବାକୁ ଯୋଜନା କରିଛି ଚୀନ । ଏହା ବାଦ ତାଇୱାନ ପୂର୍ବରେ ମିଶାଇଲ ପରୀକ୍ଷଣ ପାଇଁ ଘୋଷଣା କରିଛି । ଏନେଇ ଚୀନ କହିଛି ଚୀନ ନିଜର ଜାତୀୟ ସଂପ୍ରଭୁତା ଅଖଣ୍ଡତାର ସୁରକ୍ଷା ପାଇଁ ପଦକ୍ଷେପ ନେବ ।

ABOUT THE AUTHOR

...view details