ଓଡିଶା

odisha

ETV Bharat / bharat

ଗୋଟିଏ ଦିନରେ କାବୁଲରୁ ୧୦ ହଜାର ୯୦୦ ଜଣଙ୍କୁ ସ୍ଥାନାନ୍ତର କଲା ଆମେରିକା

ଆଫଗାନିସ୍ତାନର କାବୁଲରୁ ଆମେରିକାକୁ ଗତକାଲି(ସୋମବାର) ୧୦ ହଜାର ୯୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟହାଉସରୁ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ କାବୁଲରୁ ୧୦, ୯୦୦ ଲୋକଙ୍କୁ ସ୍ଥାନାନ୍ତର କଲା ଆମେରିକା
ଗୋଟିଏ ଦିନରେ କାବୁଲରୁ ୧୦, ୯୦୦ ଲୋକଙ୍କୁ ସ୍ଥାନାନ୍ତର କଲା ଆମେରିକା

By

Published : Aug 24, 2021, 8:46 AM IST

ଓ୍ବାଶିଂଟନ: ବନ୍ଧୁକ ମୁନରେ ଆଫଗାନକୁ ତାଲିବାନ ନିଜ ଅଧିନକୁ ନେବା ପରେ ଆଫଗାନରେ ଭୟର ବାତାବରଣ ଖେଳିଯାଇଛି । ସେଠାରେ ଥିବା ନାଗରିକ ଏବେ ଦେଶ ଛାଡି ପଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହି ସଙ୍କଟ ସମୟରେ ଆଫଗାନରେ ଫସିଥିବା ଆମେରିକୀୟଙ୍କୁ ନିଜ ଦେଶକୁ ସ୍ଥାନାନ୍ତର କରାଯାଉଛି । ତେବେ ଆଫଗାନିସ୍ତାନର କାବୁଲରୁ ଆମେରିକାକୁ ଗତକାଲି(ସୋମବାର) ୧୦ ହଜାର ୯୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ହ୍ବାଇଟହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଗତକାଲି ରାତି ୩ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଏହି ସ୍ଥାନାନ୍ତରଣ କରାଯାଇଥିବା ହ୍ବାଇଟ ହାଉସର ରାପିଡ ରେସପନ୍ସ ନିର୍ଦ୍ଦେଶକ ମାଇକ ଗୁଇନ ଏନେଇ ଟ୍ବିଟ କରି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଗଷ୍ଟ ୧୪ ତାରିଖରୁ କାବୁଲରୁ ୪୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା । ନିରାପତ୍ତା ପରିସ୍ଥିତି ଯୋଗୁଁ ଅନେକ ଦେଶ ଆଫଗାନିସ୍ତାନରୁ ନାଗରିକଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିଛନ୍ତି ଏବଂ କେତେକ ସୀମିତ ସଂଖ୍ୟକ ଆଫଗାନିସ୍ତାନ ଆଶ୍ରୟ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ସୁରକ୍ଷା ଦୃଷ୍ଟିରୁ କାବୁଲର ବିମାନ ବନ୍ଦରରେ ମୁତୟନ ହୋଇଥିବା ଆମେରିକୀୟ ସୈନ୍ୟଙ୍କୁ ହଟାଇ ଦିଆଯିବ ନା ଏହାର ସମୟସୀମା ବୃଦ୍ଧି କରାଯିବ ସେନେଇ ଆମେରିକା ରାଷ୍ଟ୍ରପତି କୌଣସି ନିଷ୍ପତ୍ତି ନେଇନାହାନ୍ତି । ଆମେରିକାର ସାମରିକ ପରାମର୍ଶଦାତା ବାଇଡେନଙ୍କୁ କହିଛନ୍ତି ଯେ କାବୁଲରେ ସ୍ଥଳଭାଗରେ ଥିବା ସୈନ୍ୟ ଓ ଆସ୍ତ୍ରଶସ୍ତ୍ର ପ୍ରତ୍ୟାହାର ପାଇଁ ଆଜି ନିଷ୍ପତ୍ତି ନେବେ ।

ଗତ ସପ୍ତାହରେ ତାଲିବାନ ଅତ୍ୟାଚାରରୁ ବର୍ତ୍ତିବା ପାଇଁ କାବୁଲ ବିମାନ ବନ୍ଦରରେ ଭିଡ ପରିଲକ୍ଷିତ ହୋଇଥିଲା । ଯେଉଁଥିରେ କି ଏକ ବିମାନ ଉଡାଣ ଆରମ୍ଭ କରୁଥିବା ସମୟରେ ଅନେକ ଲୋକ ଏହା ଉପରେ ଚଢିକି ଯିବାକୁ ଚେଷ୍ଟା କରୁଥିଲେ । ତେବେ ଉଡାଣ ଆରମ୍ଭ ହେବାର କିଛି ସମୟ ପରେ ୩ଜଣ ବ୍ୟକ୍ତି ଆକାଶ ମାର୍ଗରୁ ତଳକୁ ଖସିପଡିଥିଲେ । ଯେଉଁଥିରୁ ତାଲିବାନ ପ୍ରତି ଆଫଗାନବାସୀଙ୍କ ଭୟ ସ୍ପଷ୍ଟ ବାରି ହୋଇପଡୁଥିଲା । ଏ ଦୃଶ୍ୟ ଇତିହାସର ସବୁଠାରୁ କଷ୍ଟଦାୟକ ଦୃଶ୍ୟ ବୋଲି କହିଥିଲେ ବାଇଡେନ ।

ABOUT THE AUTHOR

...view details