ନୂଆଦିଲ୍ଲୀ:ଭାରତୀୟଙ୍କୁ ଚେତାଇଲା ଆମେରିକା । ବଢୁଥିବା ସଂକ୍ରମଣକୁ ଦେଖି ଭାରତୀୟଙ୍କ ପାଇଁ ଟ୍ରାଭେଲ ଆଡଭାଇଜାରୀ କରିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକାରଣ କେନ୍ଦ୍ର(ସିଡିସି) । ଆବଶ୍ୟକ ନଥିଲେ ଭାରତ ଗସ୍ତ କରନ୍ତୁ ନାହିଁ ବୋଲି ସିଡିସି ପରାମର୍ଶ ଦେଇଛି ।
କୋରୋନାର ଦ୍ବିତୀୟ ଲହରୀ ମାରାତ୍ମକ ଭାବେ ମାଡି ଚାଲିଛି । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତି ଭାରତ ଯିବା ଉଚିତ ନୁହେଁ । ଟିକା ନେଇଥିଲେ ମଧ୍ୟ ସଂକ୍ରମଣ ଆଶଙ୍କା ରହୁଛି । ବିଭିନ୍ନ ପ୍ରକାରର ମ୍ୟୁଟେସନରେ ସଂକ୍ରମଣ ହୋଇ ତାର ପ୍ରସାର କରିପାରନ୍ତି । ତେଣୁ ଭାରତୀୟଙ୍କୁ ଦେଶ ଛାଡି ଯିବା ଉଚିତ ନୁହେଁ ବୋଲି ସିଡିସି କହିଛି ।