ଓଡିଶା

odisha

ETV Bharat / bharat

ସାଂସଦଙ୍କ ବ୍ୟବହାରରେ ଅତିଷ୍ଠ ବାଚସ୍ପତି, ସଦନକୁ ଆସିଲେନି - ସଂସଦକୁ ଆସିଲେନି ଓମ ବିର୍ଲା

ମୌସୁମୀ ଅଧିବେଶନ ଆରମ୍ଭରୁ ଲାଗି ରହିଛି ଅଚଳାବସ୍ଥା । ସାଂସଦଙ୍କ ବ୍ୟବହାରରେ ଅତିଷ୍ଠ ବାଚସ୍ପତି । ଲୋକସଭାକୁ ଆସିଲେନି । ନିମ୍ନ ସଦନ ଆସନ୍ତାକାଲି ଯାଏଁ ସ୍ଥିଗିତ । ଅଧିକ ପଢନ୍ତୁ

ସାଂସଦଙ୍କ ବ୍ୟବହାରରେ ଅତିଷ୍ଠ ବାଚସ୍ପତି, ସଦନକୁ ଆସିଲେନି
ସାଂସଦଙ୍କ ବ୍ୟବହାରରେ ଅତିଷ୍ଠ ବାଚସ୍ପତି, ସଦନକୁ ଆସିଲେନି

By

Published : Aug 2, 2023, 8:02 PM IST

ନୂଆଦିଲ୍ଲୀ:ପ୍ରଥମେ ମଣିପୁର ହିଂସା ପ୍ରସଙ୍ଗ ଓ ପରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ସରଗରମ ରହିଛି । ମଣିପୁର ଅଚଳାବସ୍ଥା ପରେ ଗୃହକାର୍ଯ୍ୟ ସାମନ୍ୟ ସ୍ବାଭାବିକ ହୋଇଥିବା ବେଳେ ଗତକାଲିଠାରୁ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ପୁଣି ଉଭୟ ଗୃହରେ ହଟ୍ଟଗୋଳ ଜାରି ରହିଛି । ଆଜି ଅଧିବେଶନର 10ମ ଦିନରେ ମଧ୍ୟ ଲୋକସଭାରେ ଅଧ୍ୟାଦେଶ ପ୍ରସଙ୍ଗରେ ହଟ୍ଟଗୋଳ ଓ ଅଚଳାବସ୍ଥା ସୃଷ୍ଟି ହୋଇଛି । ବାରମ୍ବାର ଗୃହରେ ବିଶୃଙ୍ଖଳା, ଅଚଳାବସ୍ଥା ଓ ସଦସ୍ୟଙ୍କ ନାରାବାଜୀ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଉଭୟ ଶାସକ ଓ ବିରୋଧୀ ଦଳ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ସେ ଗୃହକୁ ଆସି ମଧ୍ୟ ନାହାନ୍ତି ।

ଯେପର୍ଯ୍ୟନ୍ତ ଗୃହରେ ସାଂସଦମାନେ ଗତିରୋଧ ଓ ହଙ୍ଗାମା ବନ୍ଦ କରିଛନ୍ତି ବାଚସ୍ପତି ଗୃହକୁ ଆସିବେ ନାହିଁ ବୋଲି କହିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ବିର୍ଲା ନିଜ ଆସନକୁ ନଆସିବାରୁ ଆନ୍ଧ୍ର ପ୍ରଦେଶର ରାଜମପେଟରୁ ସାଂସଦ ପି.ବି ନିଧୁନ ରେଡ୍ଡୀ ଗୃହ ପରିଚାଳନା ଦାୟିତ୍ବ ସମ୍ଭାଳିଥିଲେ । ହେଲେ ମାତ୍ର କିଛି ସମୟ ମଧ୍ୟରେ ଗୃହକାର୍ଯ୍ୟ ସ୍ଥଗିତ ରଖିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ:-Delhi Service Bill: କେଜ୍ରିଓ୍ବାଲଙ୍କୁ ଆଉ ଏକ ଝଟକା, କେନ୍ଦ୍ରକୁ TDPର ସମର୍ଥନ

ଗତକାଲି ଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ ଗୃହରେ ଆଗତ କରିଥିଲେ ସରକାର । ଏହା ପରେ ବିରୋଧୀ ହଟ୍ଟଗୋଳ କରିବା ଆରମ୍ଭ କରିଥିଲେ । ଏହା ଉପରେ ବାଚସ୍ପତି ଆପତ୍ତି ଦର୍ଶାଇବା ସହ ସଦସ୍ୟମାନଙ୍କ ଏପରି ବ୍ୟବହାର ସଂସଦର ଗରିମା ଅନୁରୂପ ନୁହେଁ ବୋଲି କହିଥିଲେ । ତେବେ ଗତକାଲି ନାରାବାଜୀ ମଧ୍ୟରେ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଥିବା ବେଳେ ଆଜି ସଂସଦରେ ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ଭାରତୀୟ ଜନତା ପାର୍ଟି ହ୍ବିପ ଜାରି କରିଥିଲା ।

ଆଜି ଏହି ଚର୍ଚ୍ଚିତ ଅଧ୍ୟାଦେଶ ବିଲ୍କୁ‌ ନେଇ ଚର୍ଚ୍ଚା ହେବା ସହ ଭୋଟିଂ ମଧ୍ୟ ହେବାର ଥିଲା । ହେଲେ ବିରୋଧୀମାନେ ହଟ୍ଟଗୋଳ କରିବା ପରେ ପ୍ରଥମେ ଗୃହକାର୍ଯ୍ୟ ଅପରାହ୍ନ 2ଟା ପର୍ଯ୍ୟନ୍ତ ଓ ପରେ ସ୍ଥିତିରେ ସୁଧାର ନଆସିବା ଫଳରେ ଆସନ୍ତାକାଲି (3 ଅଗଷ୍ଟ) ପୂର୍ବାହ୍ନ 11 ଯାଏ ମୁଲତବୀ ଘୋଷଣା କରାଯାଇଛି । ସାଂସଦମାନେ ଯଦି ଗୃହର ମର୍ଯ୍ୟାଦା ନରଖନ୍ତି, ଏପରି ସ୍ଥିତି ଜାରି ରଖନ୍ତି ଗୃହକୁ ଆସିବେ ନାହିଁ ବୋଲି ବାଚସ୍ପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details