ନୂଆଦିଲ୍ଲୀ: ପ୍ରଶାସନିକ ସେବା ପରୀକ୍ଷା ତଥା ୟୁପିଏସସି ଆଶାୟୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ବସ୍ତି । ୟୁପିଏସସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବିକୁ ଯଥାର୍ଥ ମାନି ଆଉ ଗୋଟିଏ ଅତିରିକ୍ତ ସୁଯୋଗ ଦେବାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ତେବେ କୋର୍ଟ ଏବେ କେବଳ ଗୋଟିଏ ଥର ଆଶ୍ବସ୍ତି ଆଧାରରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସୁଯୋଗ ଦେଇଛନ୍ତି ।
2020ରେ ହୋଇଥିବା ୟୁପିଏସସି ପ୍ରଶାସସିନ ସେବା ପରୀକ୍ଷାରେ ଅନେକ ପ୍ରାର୍ଥୀ ଦେଶବ୍ୟାପୀ ଲକଡାଉନ କାରଣରୁ ସାମିଲ ହୋଇପାରିନଥିଲେ । ଏଥିରେ ଏପରି ଆଶାୟୀ ପ୍ରାର୍ଥୀ ଥିଲେ, ଯେଉଁମାନେ ଶେଷ ଆଟେମ୍ପ୍ଟ ଦେବାକୁ ଯାଉଥିଲେ । ଯେଉଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ଅଧିକତମ ବୟସସୀମା ପର୍ଯ୍ୟନ୍ତ ପହଞ୍ଚିସାରିଛି, ସେମାନଙ୍କର ଶେଷ ସୁଯୋଗ ସରିଯାଇଛି । ତେବେ ଏହି ଛାତ୍ରଛାତ୍ରୀମାନେ ଆୟୋଗ ନିକଟରେ ଆଉ ଏକ ସୁଯୋଗର ଦାବି କରିଥିଲେ । ତେବେ ଆୟୋଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସୁଯୋଗ ଦେବାକୁ ମନା କରିଦେଇଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।