ଓଡିଶା

odisha

ETV Bharat / bharat

ବିହାର ବିଧାନସଭାରେ ହଙ୍ଗାମା, ପୋଲିସ-ବିଧାୟକ ମୁହାଁମୁହିଁ - uproar-in-bihar-assembly

ବିହାର ବିଧାନସଭାରେ ବଜେଟ ଅଧିବେଶନ ଜାରି ମଧ୍ୟରେ ପୋଲିସ ଅଧିନିୟମ ବିଧେୟକକୁ ନେଇ ହଙ୍ଗାମା । ଜିଲ୍ଲାପାଳ ଓ ଏସଏସପିଙ୍କ ସହ ବିଧାୟକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ...

ବିହାର ବିଧାନସଭାରେ ହଙ୍ଗାମା, ପୋଲିସ-ବିଧାୟକ ମୁହାଁମୁହିଁ
ବିହାର ବିଧାନସଭାରେ ହଙ୍ଗାମା, ପୋଲିସ-ବିଧାୟକ ମୁହାଁମୁହିଁ

By

Published : Mar 23, 2021, 9:52 PM IST

ପାଟନା: ବିହାର ବିଧାନସଭାରେ ବଜେଟ ଅଧିବେଶନ ଜାରି ମଧ୍ୟରେ ପୋଲିସ ଅଧିନିୟମ ବିଧେୟକୁ ନେଇ ହଙ୍ଗାମା । 4 ଥର ଗୃହ କାର୍ଯ୍ୟ ସ୍ଥଗିତ ହେବା ପରେ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କୁ ତାଙ୍କ ଚ୍ୟାମ୍ବର ଭିତରେ ଘେରିଥିଲେ ବିରୋଧୀ ଦଳର ବିଧାୟକ । ଏହି ସମୟରେ ଜିଲ୍ଲାପାଳ ଓ ଏସଏସପିଙ୍କ ସହ ବିଧାୟକଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାରେ କିଛି ବିଧାୟକ ଆହତ ନେଇ ସୂଚନା ମିଳିଛି ।

ବିହାର ବିଧାନସଭାରେ ହଙ୍ଗାମା, ପୋଲିସ-ବିଧାୟକ ମୁହାଁମୁହିଁ

ବାଚସ୍ପତିଙ୍କ ଚ୍ଯାମ୍ବର ନିକଟରେ ପୋଲିସ କର୍ମୀଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ ବିଧାୟକ । ବାଧ୍ୟହୋଇ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁପଡିଥିଲା । ବିହାର ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା ।ହାଇଭୋଲ୍ଟେଜ ଡ୍ରାମା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜ ଅଭିଭାଷଣ ରଖିଥିଲେ । ଆଉ ଏହାପରେ ପାରିତ ହୋଇଥିଲା ବିହାର ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ବିଧେୟକ 2021 ।

ବିରୋଧୀ ବିଧାୟକଙ୍କ କହିବାନୁଯାୟୀ, ଏହି ବିଧେୟକ ଜରିଆରେ ବିହାର ପୋଲିସକୁ ଅନେକ ନୂଆ ଅଧିକାର ଦିଆଯାଇଛି । ଏଥିରେ ୱାରେଣ୍ଟ ବିନା ଗିରଫଦାରୀ ସହିତ ହାଜତ ମୃତ୍ୟୁ ମାମଲାରେ ମଧ୍ୟ ପୋଲିସ ବିରୋଧରେ ଗମ୍ଭୀର ମାମଲା ଦାଏର କରିବାର ପ୍ରାବଧାନ ରହିଛି ।

ABOUT THE AUTHOR

...view details