ଓଡିଶା

odisha

ETV Bharat / bharat

2024ରେ ଶେଷ ନିର୍ବାଚନ ଲଢିବେ ଶଶି ଥରୁର ! - ଲୋକସଭା ନିର୍ବାଚନ

2024 Lok Sabha Elections: ରାଜନୀତିରେ ଯୁବକମାନଙ୍କୁ ସୁଯୋଗ ଦେବାକୁ କହିଲେ ଶଶି ଥରୁର । ଏପରି କହି ଆସନ୍ତା ଲୋକସଭା ନିର୍ବାଚନ ତାଙ୍କ ପାଇଁ ଶେଷ ନିର୍ବାଚନ ହୋଇପାରେ ବୋଲି ସଙ୍କେତ ଦେଲେ ଥରୁର । ଅଧିକ ପଢନ୍ତୁ

କଂଗ୍ରେସ ନେତା ଶଶି ଥରୁର
shashi tharoor

By ETV Bharat Odisha Team

Published : Dec 29, 2023, 10:18 AM IST

ଥିରୁଅନନ୍ତପୁରମ: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏନେଇ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ଏହାରି ମଧ୍ୟରେ କଂଗ୍ରେସ ନେତା ଶଶି ଥରୁର ବଡ ବୟାନ ଦେଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହୋଇପାରେ । କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜନୀତିରେ ଯୁବବର୍ଗଙ୍କୁ ସୁଯୋଗ ଦେବାକୁ କହି ଏପରି ବୟାନ ଦେଇଛନ୍ତି ଶଶି ଥରୁର ।

ଗୁରୁବାର ଥିରୁଅନନ୍ତପୁରମରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସଦସ୍ୟ ତଥା ଲୋକସଭା ସାଂସଦ ଶଶି ଥରୁର । ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଥରୁର କହିଥିଲେ ଯେ, ରାଜନୀତକୁ ନେଇ ମୁଁ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ । ମୁଁ ବିଶ୍ୱାସ କରେ ଯେ, କିଛି ସମୟରେ ଯୁବକମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଏହା ମୋର ଚିନ୍ତାଧାରା । ରାଜନୀତିରେ ଏକ ନାରା ରହିଛି ଯାହା 'କେବେ କିଛି କୁହ ନାହିଁ' ।

ନିକଟରେ ଏକ ଟିଭି ଶୋ’ରେ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଥରୁର କହିଥିଲେ ଯେ, 2024 ଲୋକସଭା ନିର୍ବାଚନ ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରୁ ତାଙ୍କର ଶେଷ ଲଢେଇ ହେବ । ଏନେଇ ସେ କହିଛନ୍ତି ଯେ, ମୁଁ କଦାପି ଏପରି କହି ନଥିଲି, ମୁଁ କହିଥିଲି ମୋତେ ଲାଗୁଛି ଏହା ମୋର ଶେଷ ନିର୍ବାଚନ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-ମୋଇତ୍ରା-ଥରୁର ଡିନର ଫଟୋ ଭାଇରାଲ, ବିଜେପିକୁ ଦାୟୀ କଲେ ମହୁଆ

ସେ ଆହୁରି ମଧ୍ୟ କହିଥିଲେ ଯେ, ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରୁ ମୁଁ ଆଗାମୀ ନିର୍ବାଚନ ଲଢିବାକୁ ଯାଉଛି । ଏହା ମୋର ଶେଷ ନିର୍ବାଚନ ଭାବି ଲଢେଇ କରିବି । 2009 ସାଧାରଣ ନିର୍ବାଚନରେ କେରଳର ଥିରୁଅନନ୍ତପୁରମ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଶଶି ଥରୁର । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସିପିଆଇ ନେତା ପି ରାମଚନ୍ଦ୍ରନ ନାୟାରଙ୍କ ଠାରୁ 95 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଏହାପରେ 2014 ଓ 2019 ଲୋକସଭା ନିର୍ବାଚନରେ ମଧ୍ୟ ସମାନ ଆସନରୁ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ । ରାଜନୀତିରେ ପାଦ ଦେବା ପୂର୍ବରୁ ଶଶି ଥରୁର ମିଳିତ ଜାତିସଂଘ ସହିତ କାର୍ଯ୍ୟ କରିଥିଲେ । 2006ରେ ଜାତିସଂଘର ଜେନେରାଲ ସେକ୍ରେଟେରୀ ପଦ ପାଇଁ ପ୍ରାର୍ଥୀ ଭାବରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ABOUT THE AUTHOR

...view details