ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ପୂର୍ଣ୍ଣବହୁମତରେ ସରକାର ଗଠନ କରିବ ବୋଲି ଦାବି କରୁଛି । ବିରୋଧୀ ମଧ୍ୟ ମିଳିତ ଲଢେଇ ପାଇଁ ଅଣ୍ଟା ଭିଡୁଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ରାଜନେତା ତଥା କଂଗ୍ରେସରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ଯାଇଥିବା କପିଲ ଶିବଲ ଭିନ୍ନ ଇସାରା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କେନ୍ଦ୍ରରେ ଦୁଇଟି ପୂର୍ଣ୍ଣକାଳୀନ ସରକାରରେ ଥିବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ UPAର ତୃତୀୟ ସଂସ୍କରଣ UPA-3 ମଧ୍ୟ 2024ରେ କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭବନା ରହିଛି । ଶିବଲ କହିଛନ୍ତି, ଯଦି ବିରୋଧୀ ଦଳଗୁଡିକର ସାଧାରଣ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଥିବା ଗୋଟିଏ ଏଜେଣ୍ଡା ସହ ଏକାଠି ହୋଇପାରିବେ ତେବେ ଏହା ସମ୍ଭବ ହେବାରେ କୌଣସି ପ୍ରମୁଖ ଆହ୍ବାନ ନାହିଁ ।
ଜାତୀୟ ଖବର ସରବରାହ ସଂସ୍ଥା PTIକୁ ପ୍ରତିକ୍ରିୟା ଦେଇ ଶିବଲ ଏହା କହିଛନ୍ତି । ଯଦି କୌଣସି ଆସନର ବିଜେପି ବିରୋଧରେ ମିଳିତ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଚୟନରେ ଗମ୍ଭୀର ମତଭେଦ ଥାଏ ପ୍ରଶ୍ନରେ ଶିବଲ କହିଥିଲେ, କିଛି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନେ ପ୍ରଭାବଶାଳୀ । ଯେପରିକି ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ମଧ୍ୟ ପ୍ରଦେଶ, ଛତିଶଗଡରେ କଂଗ୍ରେସ ହିଁ ବିଜେପି ବିରୋଧରେ ପ୍ରମୁଖ ବିରୋଧୀ ଦଳ । ସେଠାରେ ପ୍ରାର୍ଥୀ ଚୟନ କରିବାରେ କୌଣସି ପ୍ରମୁଖ ଆହ୍ବାନ ରହିବ ନାହିଁ । ସେହିପରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ହିଁ ବିଜେପି ବିରୋଧରେ ପ୍ରମୁଖ ରାଜନୈତିକ ଦଳ । ସେଠାରେ ମଧ୍ୟ ସେମିତି କିଛି ପ୍ରମୁଖ ସମସ୍ୟା ରହିବ ନାହିଁ । ତାମିଲନାଡୁରେ ମଧ୍ୟ କଂଗ୍ରେସ ଓ ଶାସକ DMK ମଧ୍ୟରେ ଆସନ ବୁଝାମଣା ନେଇ ସେମିତି କିଛି ବଡ ମତଭେଦ ମଧ୍ୟ ନାହିଁ । ତେଣୁ ଏହି ସାମୁଖ୍ୟ ଗଠନ ହେବାରେ ସେପରି କିଛି ପ୍ରମୁଖ ସମସ୍ୟା ମଧ୍ୟ ନଥିବା ସେ କହିଛନ୍ତି ।
ବିଜେପି ପରାସ୍ତ କରାଯାଇପାରିବ: -