ଲକ୍ଷ୍ନୌ: ପ୍ରେମିକା ସହ ରହିବାକୁ ବାରଣ କରିବାରୁ ଲିଙ୍ଗ ପରିବର୍ତ୍ତନ କରି ଯୁବତୀରୁ ସାଜିଲେ ଯୁବକ। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଦୁଇ ଯୁବତୀ ସମଲିଙ୍ଗୀ ହୋଇଥିବାରୁ ଉଭୟଙ୍କ ପରିବାର ଲୋକେ ଏହାକୁ ଗ୍ରହଣ କରୁନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବା ବେଳେ ଦୁହେଁ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଜଣେ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରୟାଗର ଏକ ଡାକ୍ତରଙ୍କ ଏକ ଟିମ୍ ଯୁବତୀଙ୍କ ଶରୀରର ଛାତି ଓ ଲିଙ୍ଗର ଅସ୍ତ୍ରୋପ୍ରଚାର କରିଥିଲେ । ଏନେଇ ଡାକ୍ତର କହିଛନ୍ତି ଯେ ଅସ୍ତ୍ରୋପ୍ରଚାର ଆଉ ଦେଢ ବର୍ଷ ଲାଗିବ, ଯାହା ପରେ ଯୁବତୀ ଜଣଙ୍କ ଯୁବକ ହୋଇଯିବେ । ଯୁବତୀଙ୍କୁ ଟେଷ୍ଟୋଷ୍ଟେରୋନ ରିପ୍ଲେସମେଣ୍ଟ ଥେରାପି ଦିଆଯିବ । ଏହା ଦ୍ବାରା ଛାତିରେ କେଶର ବୃଦ୍ଧି ହେବ।