ଓଡିଶା

odisha

UP poll: 60.17 ପ୍ରତିଶତ ଭୋଟିଂ ସହ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

By

Published : Feb 10, 2022, 9:45 PM IST

Updated : Feb 10, 2022, 10:25 PM IST

60.17 ପ୍ରତିଶତ ଭୋଟିଂ ସହ ସରିଲା ଉତ୍ତର ପ୍ରଦେଶ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୫୮ ଆସନ ପାଇଁ 623 ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ କଲେ ଜନତା ଜନାର୍ଦ୍ଦନ । ଶାମଲି ବିଧାନସଭା କ୍ଷେତ୍ରରେ ସର୍ବାଧିକ ଭୋଟିଂ । କାଁଭାଁ ଉତ୍ତେଜନା ସୂଚନା । ନଥିଲା ଆଇନ ଶୃଙ୍ଖଳା ସ୍ଥିତି । ଅଧିକ ପଢନ୍ତୁ

fsfsfs
UP poll

ଲକ୍ଷ୍ନୌ: ଶେଷ ହୋଇଛି ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । 60.17 ପ୍ରତିଶତ ଭୋଟିଂ ସହ ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ୯ ମନ୍ତ୍ରୀଙ୍କ ସମେତ ୫୮ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା 623 ପ୍ରାର୍ଥୀଙ୍କ ଭାଗ୍ୟ EVM ରେ ସିଲ କରିଛନ୍ତି ଜନତା ଜନାର୍ଦ୍ଦନ । ଆଜି ପଶ୍ଚିମ ଉତ୍ତର ପ୍ରଦେଶର ମୋଟ ୧୩ ଜିଲ୍ଲାର ୫୮ ଆସନ ପାଇଁ ଭୋଟ ଗ୍ରହଣ ସରିଛି ।

ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । ମତଦାନ ଶେଷ ପରେ EVM ଗୁଡିକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମକୁ ପଠାଯାଇଛି । ଏନସିଆର ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଶାମଲି, ମୁଜାଫରନଗର, ବାଗପାଟ, ମିରଟ, ଗାଜିଆବାଦ, ଗୌତମବୁଦ୍ଧ ନଗର, ହାପୁର, ଆଲିଗଡ, ବୁଲନ୍ଦଶହର, ଆଗ୍ରା ଏବଂ ମଥୁରା ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି ।

60.17 ପ୍ରତିଶତ ଭୋଟିଂ ସହ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

ଆଜି (ଗୁରୁବାର) ସକାଳ 7 ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟରେ କିଛି ସ୍ଥାନରେ କାଁଭାଁ ଉତ୍ତେଜନା ବ୍ୟତୀତ କୌଣସି ସ୍ଥାନରୁ କୌଣସି ବଡ ଧରଣର ହିଂସା ଖବର ସାମ୍ନାକୁ ଆସିନାହିଁ । ଉତ୍ତର ଭାରତର ଶୀତର ପ୍ରଭାବ ରହିଥିବା ସତ୍ତ୍ବେ ମଧ୍ୟ ଥଣ୍ଡା ଏବଂ କୁହୁଡ଼ି ମଧ୍ୟରେ ଭୋଟ ଦେବା ପାଇଁ ସକାଳୁ ଭୋଟରଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା ।

ବିଧାନସଭା ଆସନ ଓ୍ବାରୀ ଭୋଟିଂ ହାରକୁ ବିଚାରକୁ ନେଲେ ଶାମଲି ଆସନରେ ସର୍ବାଧିକ 69.42 ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଗାଜିଆବାଦରେ ସର୍ବନିମ୍ନ 54.77 ପ୍ରତିଶତ ରେକର୍ଡ କରାଯାଇଛି । ଏଥିସହିତ ରାଜ୍ୟରେ ଲିଙ୍ଗଗତ ଅନୁପାତରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା ଭୋଟର ।

ନାମାଙ୍କନପତ୍ରରେ ଦର୍ଶାଇଯାଥିବା ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢିଥିବା 46% ପ୍ରାର୍ଥୀ ହେଉଛନ୍ତି କୋଟିପତି । ସେହିପରି 156 ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ରହିଛି । ନୋଏଡା ବିଧାନସଭା ଆସନରେ ସମାଜବାଦୀ ପାର୍ଟିର ସୁନୀଲ ଚୌଧୁରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି ।

ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 55 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ । ଦ୍ବିତୀୟ ପର୍ଯ୍ୟାୟରେ 586 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜ୍ୟବାସୀ । ମାର୍ଚ୍ଚ ୭ ତାରିଖରେ ସମସ୍ତ ସାତ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମାର୍ଚ୍ଚ 10 ରେ ଭୋଟ ଗଣନା ସହ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 10:25 PM IST

ABOUT THE AUTHOR

...view details