ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାମପୁରରେ ରହିଛି ରଜା ଲାଇବ୍ରେରୀ(Rampur's Raza Library) । ଏହି ଲାଇବ୍ରେରୀର ବିଶେଷତ୍ବ ହେଉଛି ଏଠାରେ ଜୁମରରେ ଲାଗିଥିବା ବିଦ୍ୟୁତ ବଲ୍ବ ଗୁଡିକ କେବେ ଫ୍ୟୁଜ ହୁଏନି । ଯାହା ଦୀର୍ଘ ୧୨୫ ବର୍ଷ ଧରି ନିରନ୍ତର ଭାବେ ଜଳୁଛି । ଆଉ ଲାଇବ୍ରେରୀର ଶୋଭା ବଢାଉଛି । ଝୁମର(Jhumar)ରେ ଲାଗିଥିବା ବଲବ୍ (Electric Bulb)ଗୁଡିକ ଫ୍ୟୁଜ ନ ହୋଇ କିପରି ଜଳୁଛି ବୋଲି ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ।
ଉତ୍ତରପ୍ରଦେଶର ରାମପୁରର ଐତିହାସିକ ରଜା ଲାଇବ୍ରେରୀ । ଏହା ବିଶ୍ବରେ ପରିଚିତ । ଏହାକୁ 1774 ମସିହାରେ ରାମପୁରର ତତ୍କାଳୀନ ନଓ୍ବାବ ଫଇଜୁଲ୍ଲା ଖାନ୍(Faizullah Khan) ପ୍ରତିଷ୍ଠା କରିଥିଲେ । ଏହି ଲାଇବ୍ରେରୀରେ ଆରବୀ, ପାର୍ସୀ ଭାଷାରେ କିଛି ବିରଳ ଗ୍ରନ୍ଥ ରହିଛି । ଏଠାରେ 60,000ରୁ ଅଧିକ ବହି ମଧ୍ୟ ରହିଛି । ରଜା ଲାଇବ୍ରେରୀର ନିର୍ଦ୍ଦେଶକ ସାଦିକ ଇସଲାହି କହିଛନ୍ତି ଯେ ଲାଇବ୍ରେରୀର କୋର୍ଟ ହଲରେ ଲାଗିଥିବା ଝୁମର 125 ବର୍ଷ ପୁରୁଣା । ଏବଂ ଏହାର ଲାଗିଥିବା ବଲ ଗୁଡିକ 125 ବର୍ଷ ଧରି ଜଳି ମଧ୍ୟ ଆସୁଛି । ଏହାକୁ କେବେ ବନ୍ଧ ମଧ୍ୟ କରାଯାଉନି । ଅନବରତ ଭାବେ ଏ ଲାଇଟ ଗୁଡିକ ଏପରି ସବୁବେଳେ ଜଳୁଥାଏ ।