ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ଲଭ ଜିହାଦ ବିଧେୟକ ପାରିତ । ବୁଧବାର ଧର୍ମ ବିରୋଧୀ ପରିବର୍ତ୍ତନ ନିଷେଧ ବିଲ୍ 2021 ପାରିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ପ୍ରତାରଣା କିମ୍ବା ମିଛ କହି ଧର୍ମ ପରିବର୍ତ୍ତନ ପାଇଁ ଚେଷ୍ଟା କଲେ କଡାକଡି ଦଣ୍ଡ ଦିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଦୋଷୀକୁ ସର୍ବନିମ୍ନ ତିନି ବର୍ଷ ଏବଂ ସର୍ବାଧିକ 10 ବର୍ଷ ଜେଲଦଣ୍ଡ ହେବ। ଯେଉଁମାନେ ସ୍ବେଚ୍ଛାକୃତ ଭାବେ ଧର୍ମ ପରିବର୍ତ୍ତନ କରିବେ, ସେମାନଙ୍କୁ ଦୁଇ ମାସ ପୂର୍ବରୁ ସୂଚନା ଦେବାକୁ ପଡ଼ିବ ।
ଉତ୍ତର ପ୍ରଦେଶ ବିଧାନସଭାରେ ପାରିତ ଲଭ ଜିହାଦ ବିଲ - religious conversion bill
ଉତ୍ତରପ୍ରଦେଶ ବିଧାନସଭାରେ ଲଭ ଜିହାଦ ବିଲ ପାରିତ । ବୁଧବାର ଧର୍ମ ବିରୋଧୀ ପରିବର୍ତ୍ତନ ନିଷେଧ ବିଲ୍ 2021 ପାରିତ ହୋଇଛି। ଅଧିକ ପଢନ୍ତୁ..
ଉତ୍ତରପ୍ରଦେଶ ବିଧାନସଭା
ପ୍ରକାଶଥାଉକି, ସରକାର ଏହା ପୂର୍ବରୁ ଏକ ନିୟମ ଜାରି କରିସାରିଛନ୍ତି। ଆଜି ବିଧାନସଭାରେ ଏହା ପାରିତ ହୋଇଛି। ତଥାପି ବିରୋଧୀ ଏହି ବିଲ୍ ଚୟନ କମିଟିକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ନେତା ଆରାଧନା ମିଶ୍ର କହିଛନ୍ତି ଯେ ବିବାହ କରିବା ବ୍ୟକ୍ତିଗତ ପ୍ରସଙ୍ଗ, ଜବରଦସ୍ତ କରିବା ଉଚିତ୍ ନୁହେଁ । ତେଣୁ ଏହି ବିଲ୍ ଚୟନ କମିଟିକୁ ପଠାଯିବା ଉଚିତ, ଯାହା ଦ୍ବାରା ଏହା ଉପରେ ପରାମର୍ଶ ଆସିପାରିବ ଓ ପରେ ଏହା କାର୍ଯ୍ୟକାରୀ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ