ଓଡିଶା

odisha

ଦଙ୍ଗାମୁକ୍ତ ଓ ଭୟମୁକ୍ତ ନୂଆ UPର ଉଦୟ ପାଇଁ ଭୋଟ ଦେବାକୁ ଯୋଗୀଙ୍କ ଆହ୍ବାନ

ଆରମ୍ଭ ହୋଇଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁଳ ଭାବରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

By

Published : Feb 14, 2022, 9:01 AM IST

Published : Feb 14, 2022, 9:01 AM IST

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆରମ୍ଭ ହୋଇଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁଳ ଭାବରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ବିକାଶ ଯାତ୍ରାକୁ ଜାରି ରଖିବା ପାଇଁ ଏକ ଦଙ୍ଗାମୁକ୍ତ ଓ ଭୟମୁକ୍ତ ରାଜ୍ୟ କରିବାକୁ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ବାନ କରିଛନ୍ତି ଯୋଗୀ ।

ମଦଦାନ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ । ଏହା ଏକ ରାଷ୍ଟ୍ରଧର୍ମ । ରାଜ୍ୟର ବିକାଶ ଯାତ୍ରାକୁ ଆଗକୁ ନେବାକୁ ବହୁଳ ମାତ୍ରାର ଭୋଟ ଦିଅନ୍ତୁ । ଏକ ଦଙ୍ଗାମୁକ୍ତ ଓ ଭୟମୁକ୍ତ ନୂଆ ଉତ୍ତରପ୍ରଦେଶର ଉଦୟ ପାଇଁ ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ପ୍ରକାଶ ଥାଉ କି, ଗତ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଦେଇଥିବା ଉତ୍ତର ପ୍ରଦେଶବାସୀ ଆଜି ଦ୍ବିତୀୟ ପର୍ଯ୍ୟାୟ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୫୫ ଆସନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ମୈଦାନରେ ରହିଛନ୍ତି ୫୮୬ ପ୍ରାର୍ଥୀ । ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେଉଛି । କୋଭିଡ ନିୟମ ଅନୂପାଳନ ପୂର୍ବକ ତଥା ଶାନ୍ତିପୂର୍ଣ୍ଣ ମତଦାନ ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ।

ପ୍ରଥମ ପର୍ଯ୍ୟାୟରେ 60.17 ପ୍ରତିଶତ ଭୋଟିଂ ସହ ୯ ମନ୍ତ୍ରୀଙ୍କ ସମେତ ୫୮ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା 623 ପ୍ରାର୍ଥୀଙ୍କ ଭାଗ୍ୟ EVM ରେ ସିଲ କରିସାରିଛନ୍ତି ଜନତା ଜନାର୍ଦ୍ଦନ । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ମୋଟ ୧୩ ଜିଲ୍ଲାର ୫୮ ଆସନ ପାଇଁ ଭୋଟ ଗ୍ରହଣ ସରିଛି ।

@ANI

ABOUT THE AUTHOR

...view details