ଓଡିଶା

odisha

ETV Bharat / bharat

UP Polls: ବିଜେପି ବିଜୟକୁ ନକରାତ୍ମକ ପ୍ରଚାରର ସୁଫଳ କହିଲେ ମାୟାବତୀ - ଉତ୍ତରପ୍ରଦେଶ ନିର୍ବାଚନ ଉପରେ ମାୟାବତୀଙ୍କ ପ୍ରତିକ୍ରିୟା

ଉତ୍ତରପ୍ରଦେଶରେ ବିଜେପିର ବମ୍ଫର ବିଜୟ ହୋଇଛି । ଏନେଇ ମତ ରଖିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ । ଏହି ବିଜୟ କେବଳ ବିଜେପିର 'ନକରାତ୍ମକ ପ୍ରଚାରର ସୁଫଳ' ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

UP Polls: ବିଜେପି ବିଜୟକୁ ନକରାତ୍ମକ ପ୍ରଚାରର ସୁଫଳ କହିଲେ ମାୟାବତୀ
UP Polls: ବିଜେପି ବିଜୟକୁ ନକରାତ୍ମକ ପ୍ରଚାରର ସୁଫଳ କହିଲେ ମାୟାବତୀ

By

Published : Mar 11, 2022, 2:58 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ବିଜେପିର ବମ୍ଫର ବିଜୟ ହୋଇଛି । ଏନେଇ ମତ ରଖିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ । ଏହି ବିଜୟ କେବଳ ବିଜେପିର 'ନକରାତ୍ମକ ପ୍ରଚାରର ସୁଫଳ' ବୋଲି ସେ କହିଛନ୍ତି । ଏହି ବିଜୟ ଏବେ ଦଳ ପାଇଁ ଏକ 'ଶିକ୍ଷା' ଭାବରେ କାମ କରିବ ବୋଲି ସେ କହିଛନ୍ତି ।

ଏ ନେଇ ମାୟାବତୀ କହିଛନ୍ତି ଯେ ବିଜେପିର ବିଜୟରୁ ଏହା ପ୍ରମାଣ ହୋଇଛି ଯେ BSP ଦଳ BJPର B ଟିମ ନୁହେଁ । ତେବେ ବିଜେପି ନିଜର ନକରାତ୍ମକ ପ୍ରଚାର କାର୍ଯ୍ୟ କରି ଏହି ସଫଳତା ହାତେଇଛି । ଏକଦା ଉତ୍ତରପ୍ରଦେଶରେ ବହୁମତରେ ସରକାର ଗଢୁଥିବା BSP ଚଳିତ ନିର୍ବାଚନରେ ମାତ୍ର ୧୨.୮୮ ପ୍ରତିଶତ ଭୋଟ ସହିତ ଗୋଟିଏ ବିଧାନସଭା ଆସନ ହାତେଇବାରେ ସକ୍ଷମ ହୋଇପାରିଛି । ଏହି ପରାଜୟରେ ଭାଙ୍ଗି ନ ପଡ଼ି ବରଂ ଦଳ ପାଇଁ ସମାନ ଉଦ୍ୟମ ସହିତ କାମ କରିବାକୁ ମାୟାବତୀ ନିଜ କର୍ମୀମାନଙ୍କୁ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ବିଜେପି ସରକାରର କୌଣସି ପ୍ରଭାବ ନଥିଲା । ମାତ୍ର ବିଜେପି ଭଳି କଂଗ୍ରେସ ଧୀରେ ଧୀରେ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହେଲା । ଏଥିଲାଗି ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ଫଳାଫଳ BSP ପାଇଁ ଏକ ଶିକ୍ଷା ବୋଲି ସେ କହି ଦଳୀୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି । ବିଜେପି ଦୀର୍ଘ ୩୭ ବର୍ଷ ପରେ ୟୁପିରେ ଲଗାତାର ୨ ଥର ବିଜୟ ହାସଲ କରିଛି ।

ମୋଟ ୪୦୩ ଆସନ ମଧ୍ୟରୁ ବିଜେପି ୨୫୫ଟି ଭୋଟ ହାତେଇବାରେ ସକ୍ଷମ ହୋଇଛି । ନାରାୟଣ ଦତ୍ତ ୧୯୮୫ ମସିହାରେ ୨ ଥର ଲଗାତାର ଶାସନଭାର ସମ୍ଭାଳି ଥିଲେ । ବିଜେପି ୨୦୦୦ ମସିହାରେ ଉତ୍ତରପ୍ରଦେଶରେ ସରକାର ଗଢିଥିବା ବେଳେ ସମ୍ପୂର୍ଣ୍ଣ ଶାସନକାଳ ଶେଷ କରିବାରେ ସକ୍ଷମ ହୋଇନଥିଲା । ସେତେବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୟୁପି ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ବିଜେପି ଶାସନ କ୍ଷମତାକୁ ଫେରିନଥିଲା । ଏହି ସମୟରେ ସମାଜବାଦୀ ପାର୍ଟି ଓ BSP ଦ୍ବାରା ୨୦୧୭ରେ ୟୁପିବାସୀ ଶାସିତ ହୋଇଥିଲେ ।

@ANI

ABOUT THE AUTHOR

...view details