ଓଡିଶା

odisha

ETV Bharat / bharat

UP Polls: ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲେ ଶାହା

ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଗରମ ହେବାରେ ଲାଗିଛି ନିର୍ବାଚନୀ ମୈଦାନ । ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହା । କାଇରାନାରେ ମାଗିଲେ ଭୋଟ । ଅଧିକ ପଢନ୍ତୁ

UP Polls: ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲେ ଶାହ
UP Polls: ଡୋର-ଟୁ-ଡୋର କ୍ୟାମ୍ପେନ ଆରମ୍ଭ କଲେ ଶାହ

By

Published : Jan 22, 2022, 5:31 PM IST

ଲକ୍ଷ୍ନୌ:ଜାତୀୟ ରାଜନୀତିରେ ବେଶ ପ୍ରଭାବ ରଖୁଥିବା ଉତ୍ତର ପ୍ରଦେଶ ନିର୍ବାଚନୀ ଗ୍ରାଉଣ୍ଡରେ ବଡ ତଥା ତୁଙ୍ଗ ଜାତୀୟ ନେତାଙ୍କ ଭିଡ କିଛି ନୂଆ କଥା ନୁହେଁ । ତେବେ ଏହି କ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନୀ ଜନସଭା ନୁହେଁ ବରଂ ଘର ଘର ବୁଲି ଶାହା ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଆଜି (ଶନିବାର) ଉତ୍ତର ପ୍ରଦେଶର କାଇରାନା ଠାରୁ ଏହି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ଶାହା ।

ଆସନ୍ତା ମାସ (ଫେବୃଆରୀ) 10 ତାରିଖରୁ ରାଜ୍ୟରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବାକୁ ଯାଉଛି । ତେବେ ଏହାକୁ ନେଇ ବିଜେପି ସମେତ ଅନ୍ୟ ପ୍ରମୁଖ ଦଳମାନେ ସେମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ସହ ଘମାଘୋଟ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ପ୍ରଦେଶରେ ଶାସନରେ ଥିବା ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତା ମଧ୍ୟ ପ୍ରଚାର ଜାରି ରଖିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଶାହ ଆଜି କାଇରାନାରୁ ଡୋର-ଟୁ-ଡୋର କ୍ୟାମ୍ପେନିଂ ଅଭିଯାନ ଆରମ୍ଭ କରିଛନ୍ତି ।

ସ୍ୱର୍ଗତ ହୁକୁମ ସିଂଙ୍କ ଝିଅ ଶ୍ରୀଗଙ୍କା ସିଂଙ୍କୁ ଦଳ ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରାଉଛି । ପୂର୍ବରୁ ମଧ୍ୟ ଶ୍ରୀଗଙ୍କା ଏହି ଆସନ ଅନେକ ଥର ଜିତି ସାରିଛନ୍ତି । ତେବେ ଶାହା ଆଜି ସେଠାରେ ଦଳ ପାଇଁ କ୍ୟାମ୍ପେନିଂର ମଙ୍ଗ ଧରିଛନ୍ତି ।

ଶାହାଙ୍କ ଆଜିର କାଇରାନା ଗସ୍ତରେ, ସେ ପ୍ରଥମେ ସ୍ଥାନୀୟ ଶିକ୍ଷକ କଲୋନୀକୁ ଯାଇ ସେଠାରେ ରହୁଥିବା ପରିବାର ସଦସ୍ୟଙ୍କୁ ଭେଟିବେ । ପରେ ଶାହା କାଇରାନାର ମୋହଲ୍ଲା ଗୁମ୍ବାଡରେ ଅବସ୍ଥିତ 70 ବର୍ଷ ପୁରୁଣା ସାଧୁ ମିଷ୍ଠାନ ଭଣ୍ଡାର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି ।

ଉକ୍ତ ମିଠା ଦୋକାନର ମାଲିକ ରାକେଶ ଗର୍ଗ, ଯିଏକି 2014 ମସିହାରେ ହିଂସା କାରଣରୁ ସପରିବାର କାଇରାନାରୁ ବିସ୍ଥାପିତ ହୋଇଥିଲେ, ତାଙ୍କ ସହ ଆଲୋଚନା କରିବେ ଶାହା । ସେଠାରେ ଥିବା ଅନ୍ୟ କିଛି ବିସ୍ଥାପିତ ପରିବାରକୁ ମଧ୍ୟ ଶାହ ଭେଟିବା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । ଏହା ପରେ ଶାହ ବୈଷ୍ଣବ ଧର୍ମଘଟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଥିବା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଫେବୃଆରୀ 10 ରୁ ଉତ୍ତର ପ୍ରଦେଶର ସମସ୍ତ 403 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟରେ ମତଦାନ ଫେବୃଆରୀ 10, 14, 20, 23, 27 ଏବଂ ମାର୍ଚ୍ଚ 3 ଏବଂ 7 ରେ ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରଚାର ଜୋର ଧରିଛି ।

ANI

ABOUT THE AUTHOR

...view details