ଓଡିଶା

odisha

By

Published : Jan 27, 2022, 9:19 PM IST

ETV Bharat / bharat

UP Polls: ଦ୍ବିତୀୟ ପର୍ଯ୍ୟାୟରେ 56 ପ୍ରାର୍ଥୀ ଘୋଷଣା କଲା SP

ଅଖିଳେଶଙ୍କ ସମାଜବାଦୀ ପାର୍ଟି ଜାରି କଲା ଦ୍ବିତୀୟ ପ୍ରାର୍ଥୀ ତାଲିକା । ଅନେକ ବରିଷ୍ଠ ଚେହେରାଙ୍କ ସହ ରହିଛନ୍ତି ମୋଟ ୫୬ ପ୍ରାର୍ଥୀ । ଅଧିକ ପଢନ୍ତୁ

UP Polls 2022: ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି
UP Polls 2022: ଦ୍ବିତୀୟ ପର୍ଯ୍ୟାୟରେ ୫୬ ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଲକ୍ଷ୍ନୌ:ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (SP) ଆଜି (ଗୁରୁବାର) ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଦ୍ବିତୀୟ ପର୍ଯ୍ୟାୟରେ କିଛି ବରିଷ୍ଠ ଚେହେରାଙ୍କ ସହ ମୋଟ 56 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ରାମ ଅଚଲ ରାଜଭାର, ଲାଲଜୀ ବର୍ମା, ବାହୁଜନ ସମାଜବାଦୀ ପାର୍ଟି (BSP) ପୂର୍ବତନ ନେତା ରାକେଶ ପାଣ୍ଡେଙ୍କ ପରି ବରିଷ୍ଠ ନେତାଙ୍କ ଟିକେଟ ଓ ଆସନ ଚୂଡାନ୍ତ କରିଛି ସପା ।

ସେହିପରି ପୂର୍ବାଞ୍ଚଳ (ପୂର୍ବ ଉତ୍ତର-ପ୍ରଦେଶ)ରେ ଦଳ ପ୍ରମୁଖ ବ୍ରାହ୍ମଣ ସମ୍ପ୍ରଦାୟ ନେତା ହରିଶଙ୍କର ତିୱାରୀଙ୍କ ପୁଅ ବିନୟ ଶଙ୍କର ତିୱାରୀଙ୍କୁ ପ୍ରାର୍ଥୀ ଭାବେ ମୈଦାନରେ ଲଢାଇବାକୁ ନିଷ୍ପତ୍ତି ନେଇଛି । ଲକ୍ଷ୍ମୀପୁର ଜିଲ୍ଲାର ଧୌରାହରୁ ଦଳ ବରୁଣ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି । ବାରବାଙ୍କି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମନ୍ତ୍ରୀ ବେନି ପ୍ରସାଦ ବର୍ମାଙ୍କ ପୁଅ ରାକେଶ ବର୍ମାଙ୍କୁ ପ୍ରାର୍ଥୀ ଭାବେ ସୁଯୋଗ ଦେଇଛି ଦଳ ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଜ୍ୟରେ ପ୍ରମୁଖ ଓବିସି ଚେହେରା ଏବଂ ନିକଟରେ ବିଜେପି ଛାଡି ସପାରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନଙ୍କୁ ମାଉଘୋସି ଆସନରୁ ଟିକେଟ ମିଳିଛି । ସେହିପରି ଫୈଜାବାଦରେ ଗୋସାଇଗଞ୍ଜ ଏବଂ ଆମ୍ବେଦକର ନଗରର କାତହେରି ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ଅଭୟ ସିଂ ଏବଂ ବିଏସପିର ପୂର୍ବତନ ନେତା ଲାଲଜୀ ବର୍ମାଙ୍କୁ ପ୍ରାର୍ଥୀ ଭାବେ ସୁୁଯୋଗ ଦେଇଛି ଦଳ ।

ସେହିଭଳି ପୂର୍ବତନ ମନ୍ତ୍ରୀ ରାମ ଅଚଲ ରାଜଭାରଙ୍କୁ ମଧ୍ୟ ଆକବରପୁରରୁ ଲଢାଇବ ଦଳ । ଅନ୍ୟପକ୍ଷରେ ଜଲାଲପୁର ଆସନରେ ଦଳ ପୂର୍ବତନ ବିଏସପି ମନ୍ତ୍ରୀ ରାକେଶ ପାଣ୍ଡେଙ୍କୁ ଟିକେଟ ଦେଇଛି । ସେହିପରି ବରିଷ୍ଠ ଏସପି ନେତା ତଥା ପୂର୍ବତନ ମନ୍ତ୍ରୀ ଓମ ପ୍ରକାଶ ସିଂଙ୍କୁ ଗାଜୀପୁର ଜିଲ୍ଲା ଅନ୍ତର୍ଗତ ଜାମାନିଆ ଆସନରୁ ପ୍ରାର୍ଥୀ କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details