ଓଡିଶା

odisha

ETV Bharat / bharat

UP poll: ଟିକେଟ ଦେଲେନି ଅଖିଳେଶ, ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ - ଟିକେଟ କଟିବାରୁ ଆତ୍ମହତ୍ୟା ଉଦ୍ୟମ

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (SP) ଅଫିସରେ ହାଇ ଭୋଲଟେଜ ଡ୍ରାମା । ଟିକେଟ କଟିବାରୁ ପାର୍ଟି କାର୍ଯ୍ୟାଳୟ ବାହାରେ ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ ପ୍ରାର୍ଥୀ । ଅଧିକ ପଢନ୍ତୁ

ି
UP poll: ଟିକେଟ ଦେଲେନି ଅଖିଳେଶ, ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ

By

Published : Jan 16, 2022, 4:23 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଏକ ମାସରୁ କମ ସମୟ ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଟିକେଟ ବଣ୍ଟନ ପ୍ରକ୍ରିୟା ଜାରି ରଖିଛନ୍ତି । ତେବେ କିଛି ଦଳରେ ଟିକେଟ ନେଇ ଦ୍ବନ୍ଦ ମଧ୍ୟ ଲାଗି ରହିଛି । ନିର୍ବାଚନ ଲଢିବା ପାଇଁ ଟିକେଟ ନମିଳିବାରୁ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ୟହତ୍ୟା ଉଦ୍ୟମ କରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ଚଳିତ ବିଧାନସଭା ନିର୍ବାଚନର ଆଶୀୟୀ ପ୍ରାର୍ଥୀ ଆଦିତ୍ୟ ଠାକୁର ।

ଆଦିତ୍ୟଙ୍କୁ ଦଳ ନିର୍ବାଚନ ଲଢିବା ପାଇଁ ଟିକେଟ ଦେଉନଥିବା ଜାଣିବା ପରେ ସେ ଉତ୍ତେଜିତ ହୋଇ ପାର୍ଟି ଅଫିସ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାରେ ସଫଳ ହେବାରୁ ସେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ।

ଘଟଣା ପରେ ବେଶ ଭାବପ୍ରବଣ ନଜର ଆସିଥିଲେ ଆଦିତ୍ୟ ଠାକୁର । ସେ ତାଙ୍କ ଯୁବକ ଅବସ୍ଥାରେ ପାର୍ଟି ପାଇଁ ବହୁତ କିଛି ଅବଦାନ ଦେଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଦଳ ନିର୍ବାଚନ ଲଢିବାରୁ ବଞ୍ଚିତ କରୁଛି ବୋଲି ଅଭିଯୋଗ କରିଛନ୍ତି । ସେ ଅଲିଗଡର ଛାରା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ପାର୍ଟିରେ ଲବି କରିଥିଲେ । ହେଲେ ତାଙ୍କୁ ସମାଜାବାଦୀ ପାର୍ଟି ଟିକେଟ ଦେଇନାହିଁ ।

ଏହା ମଧ୍ୟ ପଢନ୍ତୁ:-ଯୋଗୀଙ୍କୁ ଅଖିଙ୍କ କଟାକ୍ଷ: କହିଲେ ଜନତାଙ୍କ ପୂର୍ବରୁ ତାଙ୍କ ଦଳ ଘରକୁ ପଠାଇ ଦେଇଛି

ସେହିପରି ଉତ୍ତରପ୍ରଦେଶରେ ଅନ୍ୟ ଏକ ସମାନ ଘଟଣା ମଧ୍ୟ ନଜର ଆସିଥିଲା । ଗତ ସପ୍ତାହରେ ବହୁଜନ ସମାଜ ପାର୍ଟି (BSP)ର ଜଣେ ନେତା ମଧ୍ୟ ଦଳ ବିରୋଧରେ ଏପରି ସମାନ ଅଭିଯୋଗ ଆଣିଥିଲେ । ଦଳୀୟ ଟିକେଟ ପାଇଁ ତାଙ୍କ ଠାରୁ ୬୭ ଲକ୍ଷ ଟଙ୍କା ନିଆଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିବା ଗଣମାଧ୍ୟମରେ କାନ୍ଦି କାନ୍ଦି କହିଥଲେ BSP ଆଶାୟୀ ପ୍ରାର୍ଥୀ ଅର୍ସଦ ରାଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details