ଲକ୍ଷ୍ନୌ: 17 ବର୍ଷ ପୂର୍ବେ ହୋଇଥିବା ଦୁଇ ଜଣଙ୍କ ନକଲି ଏନକାଉଣ୍ଟର ନେଇ 18ଜଣ ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଶୁକ୍ରବାର ଜଣେ ପୋଲିସ ଅଧୀକ୍ଷକଙ୍କ ସମେତ 18 ଜଣଙ୍କ ନାମରେ ମାମଲା ରୁଜୁ କରିଛି ଜଲାଲାବାଦ ପୋଲିସ ।
Jalalabad Fake Encounter Case: 18 ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ - 2004 ଜଲାଲାବାଦ ନକଲି ଏନକାଉଣ୍ଟର ଘଟଣା
17 ବର୍ଷ ପୂର୍ବେ ହୋଇଥିବା ଦୁଇ ଜଣଙ୍କ ନକଲି ଏନକାଉଣ୍ଟର ନେଇ 18 ଜଣ ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଶୁକ୍ରବାର ଜଣେ ପୋଲିସ ଅଧୀକ୍ଷକଙ୍କ ସମେତ 18 ଜଣଙ୍କ ନାମରେ ମାମଲା ରୁଜୁ କରିଛି ଜଲାଲାବାଦ ପୋଲିସ । ଅଧିକ ପଢ଼ନ୍ତୁ
ଏହି 18 ଅଭିଯୁକ୍ତଙ୍କ ମଧ୍ୟରେ ତତ୍କାଳୀନ ପୋଲିସ ଅଧୀକ୍ଷକ, ଅତିରିକ୍ତ ପୋଲିସ ଅଧୀକ୍ଷକ, ତିନି ଜଣ ସର୍କଲ ଅଫିସର ଏବଂ 10 ଜଣ ପୋଲିସ କର୍ମଚାରୀ ଅଛନ୍ତି । ଶାହାଜାହାନପୁରର ପୋଲିସ ଅଧୀକ୍ଷକ ଏସ. ଆନନ୍ଦ କହିଛନ୍ତି ଯେ, ଏହି ମାମଲାର ତଦନ୍ତ ଜିଲ୍ଲା ପୋଲିସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଶାହାଜାହାନପୁରର ଅଧିବେଶନ କୋର୍ଟର ନିର୍ଦ୍ଦେଶନାମା ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି। ରେକର୍ଡ ଅନୁଯାୟୀ 2014 ମସିହାରେ ଜିଲ୍ଲା ପୋଲିସ ଏବଂ ପରେ ୟୁପି ପୋଲିସ କ୍ରାଇମବ୍ରାଞ୍ଚ (CID) ଦ୍ବାରା ଏହି ଘଟଣାର ତଦନ୍ତ କରାଯାଇଥିଲା । ଏବଂ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ କ୍ଲିନ ଚିଟ ପ୍ରଦାନ କରିଥିଲା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ପୋଲିସ କର୍ମଚାରୀ ଅବସର ନେଇ ସାରିଥିବା କହିଛନ୍ତି ଜଲାଲାବାଦ ଥାନା ଅଧିକାରୀ ଜୟ ଶଙ୍କର ସିଂହ।
ସୂଚନା ଅନୁସାରେ, 2004 ମସିହା ଅକ୍ଟୋବର 3ତାରିଖରେ ଚାଚୁଆପୁର ଗ୍ରାମରେ ହୋଇଥିବା ଏକ ଏନକାଉଣ୍ଟରରେ ପ୍ରହଲ୍ଲାଦ ଏବଂ ଧନପାଲ ନାମକ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିସହ ପୋଲିସ ସେମାନଙ୍କୁ ଡାକୋ ଗ୍ୟାଙ୍ଗର ସଦସ୍ୟ ବୋଲି ଘୋଷଣା କରିଥିଲା । ଏହି ମାମଲାରେ ପ୍ରହଲ୍ଲାଦଙ୍କ ଭାଇ ରାମ କିର୍ତ୍ତୀ ପୋଲିସ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କ୍ଷେତରେ କାମ କରୁଥିବାବେଳେ ନିରୀହ ଲୋକ ଉପରେ ପୋଲିସ ଗୁଳି ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ 2012ମସିହାରେ ରାମ କିର୍ତ୍ତୀ ଶାହାଜାହାନପୁରର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ (CJM) କୋର୍ଟରେ ଏକ ନକଲି ଏନକାଉଣ୍ଟର ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଉକ୍ତ ପୋଲିସ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।