ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶରେ ଗୋଟିଏ ପରିବାରର 5 ବାଂଲାଦେଶୀଙ୍କୁ ବାନ୍ଧିଲା ପୋଲିସ, ବହୁ ନକଲି ପ୍ରମାଣପତ୍ର ଜବତ - ଉତ୍ତର ପ୍ରଦେଶ ପୋଲିସ

ଉତ୍ତର ପ୍ରଦେଶର କାନପୁରରୁ ଏକ ବାଂଲାଦେଶୀ ପରିବାରର 5 ସଦସ୍ୟଙ୍କୁ ଗିରଫ କରିଛି ପୋଲିସ (Bangladeshi national arrested by UP Police)। ଏକାଧିକ ନକଲି ପ୍ରମାଣପତ୍ର ଜବତ । ଅବୈଧ ଭାବେ ରହିଆସୁଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

Etv Bharatଉତ୍ତର ପ୍ରଦେଶରେ ବାଂଲାଦେଶୀ ପରିବାର 4 ସଦସ୍ୟଙ୍କୁ ବାନ୍ଧିଲା ପୋଲିସ, ନକଲି ପ୍ରମାଣପତ୍ର ଜବତ
Etv Bharatଉତ୍ତର ପ୍ରଦେଶରେ ବାଂଲାଦେଶୀ ପରିବାର 4 ସଦସ୍ୟଙ୍କୁ ବାନ୍ଧିଲା ପୋଲିସ, ନକଲି ପ୍ରମାଣପତ୍ର ଜବତ

By

Published : Dec 11, 2022, 10:31 PM IST

ହାଇଦ୍ରାବାଦ: ଉତ୍ତର ପ୍ରଦେଶର କାନପୁରରୁ ଗୋଟିଏ ବାଂଲାଦେଶୀ ପରିବାରର 5 ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ବାଂଲାଦେଶୀ ନାଗରିକ ରିଜୱାନ ଏବଂ ତାଙ୍କ ପରିବାରର ଅନ୍ୟ 5 ସଦସ୍ୟ ରହିଛନ୍ତି (Bangladeshi national arrested by UP Police)। ଏମାନେ ସମସ୍ତେ ଅବୈଧ ଭାବରେ କାନପୁରରେ ରହି ଆସୁଥିଲେ । ସେମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସେମାନେ ରହୁଥିବା ଭଡ଼ା ଘରେ ଚଢାଉ କରିବା ସହ ପୋଲିସ ସେମାନଙ୍କୁ ଜେରା କରିଥିଲା ।

ଚଢାଉ ବେଳେ ଏକାଧିକ ନକଲି ପ୍ରମାଣପତ୍ର ଜବତ କରିଛି ପୋଲିସ । ଏହି ଜବତ ସାମଗ୍ରୀ ମଧ୍ୟରେ ନକଲି ଆଧାର କାର୍ଡ ସମେତ ଭାରତ ସରକାରଙ୍କ ପ୍ରଦତ୍ତ ବହୁ ନକଲି ପ୍ରମାଣପତ୍ର ରହିଛି । ଏହି ମିଥ୍ୟା ପ୍ରମାଣପତ୍ର ମାଧ୍ୟମରେ ସେମାନେ ଭାରତୀୟ ନାଗରିକ ବୋଲି ଦର୍ଶାଇ ଉକ୍ତ ଅଞ୍ଚଳରେ ଗତ କିଛି ମାସ ଧରି ରହିଆସୁଥିଲେ । ଏହି ପ୍ରମାଣପତ୍ର ଓ ପରିଚୟପତ୍ର ସ୍ଥାନୀୟ ଉତ୍ତର ପ୍ରଦେଶର ବିଧାୟକ ଇର୍ଫାନ ସୋଲାଙ୍କୀଙ୍କ ଦ୍ବାରା ସାର୍ଟିଫାଏଡ ହୋଇଥିବା ମଧ୍ୟ ପୋଲିସ କହିଛି । ସମସ୍ତଙ୍କୁ ପ୍ରାଥମିକ ଜେରା ପରେ ଗିରଫ କରାଯାଇଛି । ଅଧିକ ଜେରା ଜାରି ରହିଛି ଓ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ କାନପୁର ସିଟି ଯୁଗ୍ମ ପୋଲିସ କମିଶନର ଏ.ପି ତିଓ୍ବାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details