ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନୀ ଫଳାଫଳ ପାଇଁ ମତଗଣନା ଚାଲିଥିବା ସମୟରେ ରାମପୁରରୁ ଆସିଛି ବଡ଼ ଖବର । ରାମପୁରରେ ମତଗଣନା ଡ୍ୟୁଟିରେ ଥିବା ୯ ଜଣ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ସାହବାଦରେ 8 ଓ ମିଲକରେ ଜଣେ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପ଼ଡ଼ିଛି । ତେବେ କରୋନା ସଂକ୍ରମଣ କାରଣରୁ ଭୋଟ ଗଣନା ରଦ୍ଦ କରିବାକୁ ଦାବି କରାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହି ଯାଚିକା ଖାରଜ କରିଦେଇଛନ୍ତି।
ଭୋଟ ଗଣତିରେ ନିୟୋଜିତ ୯ କର୍ମଚାରୀ କୋରୋନା ପଜିଟିଭ୍ - 9 officer found corona positive during counting
ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନୀ ଫଳାଫଳ ପାଇଁ ମତ ଗଣନା ଜାରି ରହିଛି। ରାମପୁରରେ ମତଗଣନା ଡ୍ୟୁଟିରେ ଥିବା ୯ ଜଣ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଧିକ ପଢନ୍ତୁ...
ଏହା ପୂର୍ବରୁ ୟୁପିର ଶିକ୍ଷକ ସଂଗଠନ ଦାବି କରିଥିଲେ ଯେ, ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା 577 ଶିକ୍ଷକ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ ଉତ୍ତର ପ୍ରଦେଶରେ ଚାରୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା।
ନିର୍ବାଚନ ଫଳାଫଳ ପାଇଁ ୮୨୬ ବ୍ଲକରେ ୮୨୪ ମତଗଣନା କେନ୍ଦ୍ରରେ ମତଗଣନା ହେଉଛି। ସୁରକ୍ଷା ପାଇଁ ସିଆରପିଏଫର ୮ କମ୍ପାନୀ, ଏସଏସବିର ୨ କମ୍ପାନୀ, କେନ୍ଦ୍ର ସୁରକ୍ଷା ବାହିନୀର ୧୦ କମ୍ପାନୀ ଏବଂ ପିଏସିର ୬୭ କମ୍ପାନୀ ନିୟୋଜିତ ହୋଇଥିଲେ। ତେବେ ଏଥିରେ ମତଦାନ କର୍ମୀ ଓ ପୋଲିସକର୍ମଚାରୀମାନଙ୍କୁ 8 ଘଣ୍ଟିଆ ସିଫ୍ଟ ଦିଆଯାଇଛି ।