ଲକ୍ଷ୍ନୌ:ଉତ୍ତରପ୍ରଦେଶ ରାଜସ୍ବ ମନ୍ତ୍ରୀ ବିଜୟ କଶ୍ୟପଙ୍କ କୋରୋନାରେ ମୃତ୍ୟୁ । କିଛି ଦିନ ହେଲା କୋରୋନା ଆକ୍ରାନ୍ତ ହୋଇ ସେ ଗୁରୁଗାଁଓ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଉତ୍ତରପ୍ରଦେଶ ମୁଜାଫରନଗର ଚରଥାୱଲ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ସୂଚନାଯୋଗ୍ୟ, ମନ୍ତ୍ରୀ ବିଜୟ କଶ୍ୟପ ଗତ ଏପ୍ରିଲ 29 ତାରିଖରେ କୋରୋନାରେ ପଜିଟିଭ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମନ୍ତ୍ରୀ କଶ୍ୟପଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ଦିବଙ୍ଗତ ଆତ୍ମାର ଶାନ୍ତି କାମନା କରିଛନ୍ତି ।