ଓଡିଶା

odisha

ETV Bharat / bharat

ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ବର୍ଷେ ଜେଲ୍, କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ - ମନ୍ତ୍ରୀ ରାକେଶ ସଚାନଙ୍କୁ ଜେଲ୍ ଦଣ୍ଡ

ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାକେଶ ସଚାନଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ । ଅଧିକ ପଢନ୍ତୁ

ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ବର୍ଷେ ଜେଲ୍
ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ବର୍ଷେ ଜେଲ୍

By

Published : Aug 9, 2022, 9:49 AM IST

ଲକ୍ଷ୍ନୌ: ୩୧ ବର୍ଷ ତଳର ମାମଲା ପାଇଁ ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ବର୍ଷେ ଜେଲ୍ । ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଉତ୍ତରପ୍ରଦେଶ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ରାକେଶ ସଚାନଙ୍କୁ କୋର୍ଟ ବର୍ଷେ ଜେଲ୍ ଦଣ୍ଡାଦେଶ (Minister Rakesh Sachan sentenced to one year jail) ଶୁଣାଇଛନ୍ତି । କାନପୁର କୋର୍ଟ ଆର୍ମ ଆକ୍ଟ ଅନୁସାରେ ମନ୍ତ୍ରୀଙ୍କୁ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଏହାସହିତ ୧୫୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

୩୧ ବର୍ଷ ତଳେ କାନପୁର ପୋଲିସ ରାକେଶ ସଚାନଙ୍କ ନିକଟରୁ ରାଇଫଲ ଏବଂ କିଛି କାର୍ଟ୍ରିଜ୍ ଜବତ କରିଥିଲା । ରାକେଶ ଜବତ ରାଇଫଲର ଲାଇସେନ୍ସ ଦେଖାଇବାରେ ବିଫଳ ହୋଇଥିଲେ । ଏନେଇ ୧୯୯୧ ମସିହା ଅଗଷ୍ଟ ୧୩ ତାରିଖରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ତେବେ ଉକ୍ତ ରାଇଫଲଟି ତାଙ୍କ ଜେଜେବାପାଙ୍କର ହୋଇଥିବା ରାକେଶ ସଚାନ ଦାବି କରିଥିଲେ ।

ଏହାପରେ ଗତ ୬ ତାରିଖରେ ମନ୍ତ୍ରୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସୋମବାର କାନପୁର କୋର୍ଟ ତାଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । କିନ୍ତୁ ରାୟ ଆସିବାର କିଛି ସମୟ ମଧ୍ୟରେ ମନ୍ତ୍ରୀଙ୍କୁ କୋର୍ଟରୁ ଜାମିନ ମଧ୍ୟ ମିଳିଛି । ସୂଚନାଯୋଗ୍ୟ ଯେ, ନିକଟରେ ସରିଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାକେଶ ସଚାନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details