ଓଡିଶା

odisha

ETV Bharat / bharat

ପୁଣି ଜାତୀୟ ସଙ୍ଗୀତକୁ ଅପମାନ, ଗୀତର ତାଳେ ତାଳେ ମର୍ଡନ ନାଚିଲେ ଯୁବକ - ଜାତୀୟ ସଙ୍ଗୀତକୁ ଅପମାନ

ପୁଣି ଜାତୀୟ ସଙ୍ଗୀତକୁ ଅପମାନ । ଜାତୀୟ ସଙ୍ଗୀତରେ ନାଚିଲେ ଯୁବକ । ଅଧିକ ପଢନ୍ତୁ

ଜାତୀୟ ସଙ୍ଗୀତକୁ ଅପମାନ
ଜାତୀୟ ସଙ୍ଗୀତକୁ ଅପମାନ

By

Published : Jan 29, 2023, 10:29 PM IST

ଲକ୍ଷ୍ନୌ: ଜାତୀୟ ସଙ୍ଗୀତକୁ ଆମ ଦେଶର ପରିଚୟ କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଅପମାନ କରାଯାଉଥିବା ଖବର ସାମ୍ନାକୁ ଆସୁଛି । ଜାତୀୟ ସଙ୍ଗୀତରେ ଜଣେ ଯୁବକ ନାଚ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ନିନ୍ଦନୀୟ ଖବର ।

ଏନେଇ ଷ୍ଟେସନ ପୋଲିସ ସଞ୍ଜୟ କୁମାର ଶର୍ମା କହିଛନ୍ତି, "ଜାତୀୟ ସଙ୍ଗୀତରେ ନାଚ କରୁଥିବା ଭିଡିଓରେ ୩ ଜଣ ଥିବା ଜଣାପଡୁଛି । ଏହି ଭିଡିଓ ଭାଇରାଲ ହେବାପରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ତଦନ୍ତ ପରେ ଦୁଇ ଜଣଙ୍କ ପରିଚୟ ସ୍ଫଷ୍ଟ ହୋଇଛି ।ଅଦନାନ ଏବଂ ରାହୁଲ ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି । ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅଦନାନକୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଛି ।"

ଏହା ମଧ୍ୟ ପଢନ୍ତୁ: Hockey World Cup: ଆଜି ଫାଇନାଲ ଫାଇଟ, କଳିଙ୍ଗରେ ମୁହାଁମୁହିଁ ହେବେ ବେଲଜିୟମ-ଜର୍ମାନୀ

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ, 29 ସେକେଣ୍ଡର ଏହି ଭିଡିଓରେ ଯୁବକ ଜଣକ କଳା ରଙ୍ଗର ଏକ ଜାକେଟ ପିନ୍ଧି ପ୍ରଥମେ କିଛି ସେକେଣ୍ଡ ସାଲ୍ୟୁଟ କରିବା ପରେ ମର୍ଡନ ନାଚିଛନ୍ତି । ଏହି ସମୟରେ ଦୁଇଜଣ ଯୁବକ ପଛରେ ଛିଡା ହୋଇ ହସୁଥିବା ଦେଖାଦେଇଛି । ଜଣେ ସାଙ୍ଗ କ୍ୟାମେରା ସାମ୍ନାରେ ହସୁଥିବା ଦେଖାଯାଉଥିବା ବେଳେ ଅନ୍ୟ ଜଣେ କ୍ୟାମେରା ପଛରେ ହସୁଥିବା ଶବ୍ଦ ଶୁଣାଯାଉଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ତୀବ୍ର ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ନିନ୍ଦା କରାଯାଇଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ତ୍ରିରଙ୍ଗାକୁ ଅସମ୍ମାନ କରି ସ୍କୁଲ ପ୍ରିନ୍ସିପାଲ ଗିରଫ

ପ୍ରକାଶଥାଉକି, ତ୍ରିରଙ୍ଗାକୁ ଦେଶର ଗର୍ବ ଏବଂ ଗୌରବ କୁହାଯାଉଥିବା ବେଳେ ଏହାକୁ ଖୋଦ ଜଣେ ସ୍କୁଲର ପ୍ରିନ୍ସିପାଲ ଅସମ୍ମାନ କରିଥିବା ଖବର ସାମ୍ନାକୁ ଆସିଥିଲା । ଜାମସେଦପୁରରୁ ସାମ୍ନାକୁ ଆସିଥିଲା ଏଭଳି ନିନ୍ଦନୀୟ ଖବର । ଶିକ୍ଷକ ଜଣକ ତ୍ରିରଙ୍ଗା ପତାକାକୁ ଚିରି ପିଲାମାନଙ୍କୁ ଟେବୁଲ ସଫା କରିବାକୁ ଦେଇଥିଲେ । ଅଭିଯୋଗ ପରେ ସ୍କୁଲ ପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା ପୋଲିସ । ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ନାମରେ ୧୧୩/22ରେ ଏକ ମାମଲା ରୁଜୁ କରାଯାଇଥିଲା ।

ABOUT THE AUTHOR

...view details