ଓଡିଶା

odisha

ETV Bharat / bharat

ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ, ଗିରଫ କରିଥିଲା ପାକିସ୍ତାନ ନୈସେନା - ପାକିସ୍ତାନ ଜେଲରେ ଭାରତୀୟ

ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ । ଗତବର୍ଷ ଗୁଜୁରାଟ ଉପକୂଳରୁ ଗିରଫ କରିନେଇଥିଲା ପାକିସ୍ତାନ ନୌସେନା । ମୁକ୍ତି ପାଇଁ ଯୋଗୀ ସରକାରଙ୍କୁ ନିବେଦନ କଲା ପରିବାର । ଅଧିକ ପଢନ୍ତୁ

ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ, ଗିରଫ କରିଥିଲା ପାକିସ୍ତାନ ନୈସେନା
ବର୍ଷେ ହେଲା ପାକିସ୍ତାନ ଜେଲରେ ଉତ୍ତର ପ୍ରଦେଶ ଯୁବକ, ଗିରଫ କରିଥିଲା ପାକିସ୍ତାନ ନୈସେନା

By

Published : May 17, 2023, 9:09 PM IST

ଲକ୍ଷ୍ନୌ: ଗତ ପ୍ରାୟ ଦେଢବର୍ଷ ହେବ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ଉତ୍ତର ପ୍ରଦେଶର ଜଣେ ଯୁବକ । 2022 ଫେବୃଆରୀ 8 ତାରିଖରେ ତାଙ୍କୁ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରିଥିବା ଅଭିଯୋଗରେ ଗୁଜୁରାଟ ଉପକୂଳରୁ ଗିରଫ କରିନେଇଥିଲା ପାକିସ୍ତାନୀ ନୌସେନା । ଏବେ ସମ୍ପୃକ୍ତ ଯୁବକଙ୍କ ପରିବାର ତାଙ୍କୁ ପାକିସ୍ତାନରୁ ମୁକ୍ତ କରି ଫେରାଇ ଆଣିବାକୁ ଉତ୍ତର ପ୍ରଦେଶ ସରକାରକୁ ନିବେଦନ କରିଛନ୍ତି । ଯୁବକଙ୍କ ପତ୍ନୀ ଓ ପିତା ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ସମ୍ପୃକ୍ତ ଯୁବକଙ୍କୁ ମୁକ୍ତ କରି ସ୍ବଦେଶ ଫରାଇ ଆଣିବା ପାଇଁ ସେମାନେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ନୀରଜ ବିନ୍ଦ ନାମକ ଏହି ବ୍ୟକ୍ତି ମତ୍ସ୍ୟଜୀବୀ ଭାବେ ଗୁଜୁରାଟ ଉପକୂଳରେ କାର୍ଯ୍ୟ କରୁଥିଲେ । 2022 ଫେବୃଆରୀ 8 ତାରିଖରେ ସମୁଦ୍ରରେ ମାଛ ମାରୁଥିବା ବେଳେ ପାକିସ୍ତାନ ନୌସେନା ମୋଟ 8 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଇଥିଲା । ସେମାନେ ପାକିସ୍ତାନ ଜଳସୀମା ମଧ୍ୟରେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ଏବେ ଜେଲରେ ରଖାଯାଇଛି । ନୀରଜଙ୍କ ପିତା ଉଦୟରାଜ ବିନ୍ଦ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ହସ୍ତକ୍ଷେପରେ ପୁଅର ମୁକ୍ତି କାମନା କରିଛନ୍ତି ।

ଗିରଫ ନୀରଜଙ୍କ ପତ୍ନୀ ଗର୍ଭବତୀ ଥିଲେ । ଏହା ମଧ୍ୟରେ ସେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ଦେଇଛନ୍ତି । ପୂର୍ବରୁ ଏହି ପରିବାର ନୀରଜଙ୍କ ମୁକ୍ତି ପାଇଁ ପ୍ରଶାସନ ନିକଟରେ ଦାବି କରିଆସିଛନ୍ତି । ହେଲେ କୌଣସି ସୁଫଳ ମିଳିନି । ନୀରଜଙ୍କ ପତ୍ନୀ ତାଙ୍କ ପୁଅର ଭର ଏପର୍ଯ୍ୟନ୍ତ ପ୍ରାୟ ଦେଢବର୍ଷ ବିତି ସାରିଥିଲେ ସୁଦ୍ଧା ତାଙ୍କୁ ମୁକ୍ତି କରାଯାଇ ପାରିନାହିଁ । ଏବେ ସେମାନେ ପୁଣି ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ନିଜ ଦାବି ଦୋହରାଇବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତକ୍ଷେପ ଦାବି କରିଛନ୍ତି ।

ପାକିସ୍ତାନ ଓ ଶ୍ରୀଲଙ୍କା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାର ଏକାଧିକ ନଜିର ରହିଛି । ଅନେକ ଭାରତୀୟ ମତ୍ସ୍ୟଜୀବୀ ଏବେ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ସେମାନଙ୍କୁ ମୁକ୍ତ କରାଯିବା ନେଇ ପ୍ରକ୍ରିୟା ଜାରି ରଖିଛି ଭାରତ । ମଝିରେ ମଝିରେ ଉଭୟ ଦେଶ ସେମାନଙ୍କ ନିକଟରେ ବନ୍ଦୀ ଥିବା ପରସ୍ପରର ନାଗରିକଙ୍କୁ ମୁକ୍ତ ମଧ୍ୟ କରୁଛନ୍ତି । ହେଲେ ତାମିଲନାଡୁ ଉପକୂଳରେ ଶ୍ରୀଲଙ୍କା ନୌସନାର ପ୍ରାଦୃଭାବ ବୃଦ୍ଧି ପାଉଥିବା ତାମିଲ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଆସୁଛନ୍ତି । ସେମାନେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ପ୍ରଦେଶ ସରକାର ଜରିଆରେ ଦାବି ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details