ନୂଆଦିଲ୍ଲୀ:ଅଭାବନୀୟ, ଅବିଶ୍ବନୀୟ, ଅମାନବୀୟ। ନ୍ୟାୟ ନ ପାଇ ଶେଷରେ ମୃତ୍ୟୁ ପାଇଁ ମାଗିଲେ ଅନୁମତି । ସର୍ବୋଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳା ଜଜ୍ । ସିନିୟର ଜଜଙ୍କ ଦ୍ବାରା ଯୌନ ନିର୍ଯାତନାର ଶୀକାର ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି ପୀଡ଼ିତା ଜଜ୍। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ 'ମୋତେ ମୃତ୍ୟୁ ପାଇଁ ଅନୁମତି ଦିଆଯାଉ'। ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହ ଆଲ୍ଲାହବାଦ ହାଇକୋର୍ଟଙ୍କୁ ରିପୋର୍ଟ ତଲବ କରିଛନ୍ତି।
CJIଙ୍କୁ ଚିଠି:ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏଭଳି ଚିଠି ଲେଖନ୍ତି ପୀଡ଼ିତା ମହିଳା ଜଜ୍। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ " ଦୟାକରି ମୋତେ ମୋ ଜୀବନକୁ ସମ୍ମାନଜନକ ଭାବେ ଶେଷ କରିବାକୁ ଅନୁମତି ଦିଅନ୍ତୁ। ମୋ ଜୀବନର ଶେଷ ହୋଇଯାଉ। ମୋ ପ୍ରତି ଯୌନ ନିର୍ଯାତନାର ସବୁ ସୀମା ଟପି ଯାଇଛି। ମୋତେ ସମ୍ପୂର୍ଣ୍ଣ ଅଳିଆ ଭଳି ବ୍ୟବହାର କରାଯାଇଛି । ମୁଁ ଏବେ ଏକ ଅବାଞ୍ଛିତ କୀଟ ସଦୃଶ ।"
ଏହା ମଧ୍ଯ ପଢ଼ନ୍ତୁ: ରାଜସ୍ଥାନରେ ‘ଭଜନ’ ଯୁଗ ଆରମ୍ଭ: ଜନ୍ମଦିନରେ ନେଲେ ଶପଥ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ
ମହିଳା ଜଜଙ୍କ ଖୋଲା ଚିଠିକୁ ଗୁରୁତ୍ବର ସହ ନେଇଛନ୍ତି ସିଜେଆଇ ଚନ୍ଦ୍ରଚୂଡ଼। ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ, ଆଲ୍ଲାହବାଦ ହାଇକୋର୍ଟଙ୍କୁ ଜବାବ ତଲବ କରିଛନ୍ତି। ମହିଳା ଜଜ୍ ଆଣିଥିବା ଅଭିଯୋଗ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ। ଏହାସହ ମାମଲାର ଶୁଣାଣି କରାଯିବ ବୋଲି ସିଜେଆଇ କହିଛନ୍ତି। ସିଜେଆଇଙ୍କ ନିର୍ଦ୍ଦେଶ ଅନୁସାରେ, ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ୍ ଅତୁଲ ଏମ କୁରହେକର ଆଲ୍ଲାହବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତିଙ୍କ ସମସ୍ତ ଅଭିଯୋଗର ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।