ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଅଭାବନୀୟ ଘଟଣା । ଫୋନରେ କଥା ହେବା କାରଣରୁ ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା (Husband kills wife for talking over phone) । ଲକ୍ଷ୍ନୌର କୁଲଓ୍ବନ୍ତ ସିଂ ନାମକ ଜଣେ 50 ବର୍ଷୀୟ ବ୍ୟକ୍ତି ନିଜ 38 ବର୍ଷୀୟା ପତ୍ନୀ ପୁଷ୍ପା ସିଂଙ୍କୁ ହତ୍ୟା କରିବା ପରେ ନିଜେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି (Husband commits suicide after killing wife) । ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ କୁଲଓ୍ବନ୍ତ ସିଂ ପେସାରେ ଜଣେ ଠିକାଦାର । ପତ୍ନୀ ପୁଷ୍ପା ଓ ଦୁଇ ସନ୍ତାନଙ୍କ ସହ ସେ ଗତ କିଛି ବର୍ଷ ହେବ ଲକ୍ଷ୍ନୌରେ ରହୁଥିଲେ । ପତ୍ନୀ ପୁଷ୍ପାଙ୍କର ଦୀର୍ଘ ସୟମ ଧରି ଫୋନରେ କଥା ହେବାର ଅଭ୍ୟାସ ଥିଲା । ଯାହାକୁ ନେଇ କୁଲଓ୍ବନ୍ତ ବିଭିନ୍ନ ସମୟରେ ବିରକ୍ତି ମଧ୍ୟ ପ୍ରକାଶ କରୁଥିଲେ । ପୂର୍ବରୁ ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଓ ତିକ୍ତତା ମଧ୍ୟ ଦେଖିବାକୁ ମିଳିଥିଲା । ଗତକାଲି ଦୁଇ ସନ୍ତାନ କୌଣସି କାର୍ଯ୍ୟରେ ଅନ୍ୟତ୍ର ଯାଇଥିବା ସମୟରେ ଘରେ ଏକୁଟିଆ ଦମ୍ପତି ଥିଲେ । ସଂଧ୍ୟାରେ ପିଲମାନେ ଘରକୁ ଫେରି ଉଭୟଙ୍କ ମୃତଦେହ ଦେଖିବାକୁ ପାଇଥିଲ (Husband commits suicide after killing wife)। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।