ଲକ୍ଷ୍ନୌ:ଉତ୍ତରପ୍ରଦେଶରୁ ହଟିଲା କୋରୋନା କର୍ଫ୍ୟୁ । ତେବେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଚାରୋଟି ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରୁ କୋରୋନା କର୍ଫ୍ୟୁ ହଟାଇ ଦେଇଛନ୍ତି । ଏହି ଚାରୋଟି ଜିଲ୍ଲା ହେଲା- ଲକ୍ଷ୍ନୌ, ଗୋରଖପୁର, ସାହାରନପୁର ଏବଂ ମିରଟ । ଏହି ଚାରୋଟି ଜିଲ୍ଲାରେ 600ରୁ ଅଧିକ ସକ୍ରିୟ ମାମଲା ରହିଥିବାରୁ କର୍ଫ୍ୟୁ ବଳବତ୍ତର ରହିବ ।
ଉତ୍ତରପ୍ରଦେଶରୁ ହଟିଲା ଲକଡାଉନ, ଜାରି ରହିବ ସପ୍ତାହନ୍ତ ଓ ନାଇଟ କର୍ଫ୍ୟୁ - ହଟିଲା କୋରୋନା କର୍ଫ୍ୟୁ
ଉତ୍ତରପ୍ରଦେଶରୁ ହଟିଲା କୋରୋନା କର୍ଫ୍ୟୁ । ତେବେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଚାରୋଟି ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରୁ କୋରୋନା କର୍ଫ୍ୟୁ ହଟାଇ ଦେଇଛନ୍ତି । ଅଧିକ ପଢନ୍ତୁ...
ଉତ୍ତରପ୍ରଦେଶରୁ ହଟିଲା ଲକଡାଉନ, ଜାରି ରହିବ ସପ୍ତାହାନ୍ତ ଏବଂ ରାତ୍ରିକାଳୀନ କର୍ଫ୍ୟୁ
ତେବେ ରାଜ୍ୟର 75ଟି ଜିଲ୍ଲା ମଧ୍ୟରୁ 71ଟି ଜିଲ୍ଲାଗୁଡିକରେ ସକ୍ରିୟ ମାମଲା ସଂଖ୍ୟା 600 ରୁ କମ୍ ଥିବାରୁ ଏଠାରେ କୋଭିଡ ପ୍ରତିବନ୍ଧକକୁ କୋହଳ କରି ଦିଆଯାଇଛି । କିନ୍ତୁ ଏହି ଜିଲ୍ଲାଗୁଡ଼ିକରେ ସପ୍ତାହନ୍ତ କର୍ଫ୍ୟୁ ଏବଂ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି ।
ଏପଟେ ଗତ 24 ଘଣ୍ଟା ମଧ୍ୟରେ କାନପୁର ଜିଲ୍ଲାରେ ଶହେରୁ ଅଧିକ ନୂତନ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାରୁ, ଏହି ଅଞ୍ଚଳ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।