ଲକ୍ଷ୍ନୌ:ଆଉ ନାହାନ୍ତି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ତିନି ତିନି ଥର ୟୁପି ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ମୁଲାୟମ ସିଂହ ଯାଦବ । ଅସୁସ୍ଥତା ପାଇଁ ଅଗଷ୍ଟ ୨୨ରେ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମୁଲାୟମ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁଲାୟମଙ୍କ ପରଲୋକରେ ୟୁପିରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବାକୁ ଘୋଷଣା କରିଛନ୍ତି ୟୁପି ସରକାର ।
୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ହେବା ନେଇ ଘୋଷଣା ହୋଇଛି । ଜନ୍ମମାଟି ୟୁପି ସୈଫାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ମୁଲାୟମଙ୍କ ପରଲୋକରେ ଶୋକ ପ୍ରକାଶ କରି 3 ଦିନିଆ ରାଷ୍ଟୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ୟୁପି ରାଜନୀତିକୁ 3 ଦଶନ୍ଧି ଧରି ପ୍ରଭାବିତ କରିଥିଲେ । ସାଧାରଣ ପରିବାରରୁ ଜନ୍ମ ଆଉ ପରେ ରାଜନେତା ଭାବେ ପରିଚୟ ସୃଷ୍ଟି କରିଥିଲେ । ସମାଜବାଦୀ ପାର୍ଟି ପ୍ରତିଷ୍ଠା କରି ସମସ୍ତଙ୍କ ନେତାଜୀ ହୋଇଥିଲେ । 3 ଥର ୟୁପି ମୁଖ୍ୟମନ୍ତ୍ରୀ ଓ 7ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମୁଲାୟମ । ମୁଲାୟମଙ୍କ ବିୟୋଗ ୟୁପି ରାଜନୀତି ପାଇଁ ଅପୂରଣୀୟ କ୍ଷତି ।
ଏହା ବି ପଢନ୍ତୁ...ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପରଲୋକ
ଅଗଷ୍ଟ ୨୨ ତାରିଖରୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିଲା । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । କିନ୍ତୁ ଗତକାଲି ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଡାକ୍ତରୀଟିମଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।