ଓଡିଶା

odisha

ETV Bharat / bharat

ପ୍ରେମରେ ପ୍ରତାରଣା: ବିବାହ ପ୍ରତିଶୃତି ଦେଇ ଫ୍ୟାସନ ଡିଜାଇନରଙ୍କୁ ଦୁଷ୍କର୍ମ

ପୁଣି ଲଜ୍ଜା । ବିବାହ ପ୍ରତିଶୃତି ନେଇ ଯୁବତୀଙ୍କୁ ଦୁଷ୍କର୍ମ । ରାଜସ୍ଥାନର କରଣୀ ବିହାର ଥାନା ଅଞ୍ଚଳରେ ଉତ୍ତରପ୍ରଦେଶର ଜଣେ ଫ୍ୟାସନ ଡିଜାଇନରଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

By

Published : Jun 20, 2022, 12:09 PM IST

up fashion designer raped in Jaipur
up fashion designer raped in Jaipur

ଜୟପୁର:ପୁଣି ଲଜ୍ଜା । ବିବାହ ପ୍ରତିଶୃତି ନେଇ ଯୁବତୀଙ୍କ ଦୁଷ୍କର୍ମ । ରାଜସ୍ଥାନର କରଣୀ ବିହାର ଥାନା ଅଞ୍ଚଳରେ ଉତ୍ତରପ୍ରଦେଶର ଜଣେ ଫ୍ୟାସନ ଡିଜାଇନରଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବିବାହ ପ୍ରତିଶ୍ରୁତି ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ । ଏନେଇ ପୀଡିତା ଜଣଙ୍କ ମାମଲା ଦାୟର କରିଛନ୍ତି ।

ବିବାହ ପାଇଁ ଚାପ ପକାଇବାରୁ ଆରୋପୀ ପୀଡିତାଙ୍କୁ ଧମକ ଦେଇଥିଲା । ଯଦି ବଞ୍ଚିବାକୁ ଅଛି ତେବେ ବାରମ୍ବାର ଫୋନ ନ କରିବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ଯୁବକ ଜଣଙ୍କ ମୁମ୍ବାଇରେ ବିବାହ କରି ସାରିଥିଲେ । ଘଟଣା ସମ୍ପର୍କରେ ପୀଡିତା କରଣୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । କରଣୀ ବିହାର ଥାନା ଅଧିକାରୀ ଜୟସିଂହ ବସେରା କହିଛନ୍ତି,'' ପୀଡିତା ଜଣଙ୍କ ଉତ୍ତରପ୍ରଦେଶ ବରେଲି ଜିଲ୍ଲାର । ସେ ଏଠାରେ ରୁହନ୍ତି । 23 ବର୍ଷୀୟ ପୀଡିତା 2019ରେ ଜୟପୁରରେ ଫ୍ୟାସନ ଡିଜାଇନ କାମ କରୁଛନ୍ତି । 2020ରେ ରାମଗଞ୍ଜ ନିବାସୀ ଜିଶାନ ଖାନଙ୍କ ସହ ପୀଡିତାଙ୍କ ଭେଟ ହୋଇଥିଲା । ଜିଶାନ ଖାନଙ୍କର କପଡା ବ୍ୟବସାୟ ଅଛି । ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ବଢିବାକୁ ଲାଗିଲା ।

ଅଭିଯୁକ୍ତ ପୀଡିତାଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରିବାକୁ କହିଲେ । ପ୍ରଥମେ ବନ୍ଧୁ ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହାପରେ କଥା ବିବାହ ଯାଏଁ ପହଞ୍ଚିଥିଲା । ବିବାହ ପ୍ରତିଶୃତି ଦେଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା । ବିବାହ କରିବାକୁ କହିବାକୁ ବିଭିନ୍ନ ବାହାନା କରିଥିଲା ଅଭିଯୁକ୍ତ । ମଇ 2022ରେ ଜିଶାନ ଖାନ ମାଲବୀୟ ନଗର ଏକ ହୋଟେଲକୁ ଯୁବତୀଙ୍କୁ ଡାକି ତାଙ୍କ ସହ ସମ୍ପର୍କ ରଖିଥିଲା । କିଛି ଦିନ ପରେ ବିବାହ କରିବାକୁ କହିଥିଲା । ମାତ୍ର କିଛି ଦିନ ପରେ ପୀଡିତା ଜଣଙ୍କ ଜାଣିବାକୁ ପାଇଲେ ଯେ ମୁମ୍ବାଇରେ ଜିଶାନ ଖାନ ବିବାହ କରି ସାରିଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଖୋଜୁଛି ।

ABOUT THE AUTHOR

...view details