ଲକ୍ଷ୍ନୌ: କୂଅ ମରାମତି ପାଇଁ କୂଆ ଭିତରେ ପଶିଥିଲେ ତିନି ଚାଷୀ । ଶ୍ବାସରୁଦ୍ଧ ହୋଇ ଚାଲିଗଲା ତିନି ଚାଷୀଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଗଭୀର ଶୋକ ପ୍ରକଟ କରିଛନ୍ତି । ଏହାସହ ଏହି ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକଟି ଚାଷୀ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ପୋଲିସ ସୂଚନା ଅନୁଯାୟୀ, ଶନିବାର ସକାଳେ ଜଦୁଲ ଗାଁରେ ଏପରି ଘଟଣା ଦେଖିବାକୁ ମିିିଳିଛି । ହଂସରାଜଙ୍କ ଚାଷ ଜମିରେ ଥିବା ନଳକୂପରେ ପାଣି ନଅସିବାରୁ ସେ କୂଅ ଭିତରକୁ ଯାଇଥିଲେ । ବହୁଦିନ ଧରୀ କୂଆ ବନ୍ଦ ରହିବା କାରଣରୁ ହଂସରାଜଙ୍କ ପାଇଁ କୂଅରେ ନିଶ୍ବାସ ନେବା କଷ୍ଟକର ହୋଇ ପଡିଥିଲା । କୂଅ ଭିତରେ ଥିବା ଏକ ପ୍ରକାର ବିଷାକ୍ତ ଗ୍ୟାସ ନିଶ୍ବାସରେ ଯିବା ଫଳରେ ସେ ଅଣନିଶ୍ବାସି ହୋଇ ଚିତ୍କାର କରିଥିଲେ । ନିକଟରେ ଥିବା ଅନିଲ ଓ କୌଳାସ, ତାଙ୍କ ଡାକ ଶୁଣି କୂଅ ମଧ୍ୟକୁ ଯାଇଥିଲେ । ଫଳେରେ ସେମାନେ ବି ବିଷାକ୍ତ ଗ୍ୟାସ ସସ୍ପର୍ଶରେ ଆସି ଅଣନଶ୍ବାସି ହୋଇ ପଡିଥିଲେ । କୂଅ ଭିତରୁ ଆସିବା ପରେ ଚାଷ ଜମିରେ ତିନିଜଣ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । କୂଅ ନିକଟରେ ଥିବା ଅନ୍ୟଚାଷୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।