ଲକ୍ଷ୍ନୌ:ଉତ୍ତରପ୍ରଦେଶ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା(Uttar Pradesh Teachers' Eligibility) ବେଳେ ଗର୍ଭବତୀଙ୍କୁ ହେଲା ପ୍ରସବ ଯନ୍ତ୍ରଣା । ଏହାପରେ ତୁରନ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ଦେବା ସମୟରେ ସେ ସନ୍ତାନ ଜନ୍ମ କରିଥିବାରୁ ପରିବାର ବର୍ଗ ନବଜାତକର ନାଁ ରଖିଛନ୍ତି TET । ନବଜାତକର ଏପରି ଭିନ୍ନ ନାମକୁ ହେଉଛି ଚର୍ଚ୍ଚା । ଏହି ଘଟଣା ଉତ୍ତରପ୍ରଦେଶ ଅମରୋହାଠାରେ ଦେଖିବାକୁ ମିଳିଛି ।
ଆମ ଦେଶରେ ପରିସ୍ଥିତିକୁ ଦେଖି ଅନେକ ସମୟରେ ନବଜାତକଙ୍କ ନାମ ରଖାଯାଏ । ବାତ୍ୟା ସମୟରେ ଜନ୍ମ ନେଇଥିବା ଶିଶୁଙ୍କ ନାମ ତୋଫାନ, ବର୍ଷା ଭଳି ନାଁ ଦିଆଯାଉଥିବା ଅନେକ ସମୟରେ ନଜର ଆସେ । ଏଠାରେ ମହିଳାଙ୍କ ଜଣକ ପରୀକ୍ଷା ସମୟରେ ଶିଶୁକୁ ଜନ୍ମ ଦେଉଥିବାରୁ ନବଜାତର ଏପରି ଭିନ୍ନ ନାଁ ଦିଆଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ଗଜରାଉଳାଠାରେ ଥିବା ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଜନ୍ମ ଦେଇଛନ୍ତି । ଡାକ୍ତର ଯୋଗେନ୍ଦ୍ର ସିଂଙ୍କ କହିବାନୁସାରେ ମା' ଓ ଶିଶୁ ଉଭୟ ସୁସ୍ଥ ରହିଛନ୍ତି ।