ଓଡିଶା

odisha

ETV Bharat / bharat

ୟୁପି ଫାଇଟ: ମହାମାରୀକୁ ନେଇ ଟ୍ବିଟରରେ ମୁହାଁମୁହିଁ ଦୁଇ ରାଜ୍ୟ ମୁଖିଆ

ଟ୍ବିଟରରେ ମୁହାଁମୁହିଁ ଦୁଇ ରାଜ୍ୟର ମୁଖିଆ । ୟୁପି ନିର୍ବାଚନକୁ ନେଇ ଦୁଇ ବଡ ଚେହେରା ଯୋଗୀ ଆଦିତ୍ୟନାଥ ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଟ୍ବିଟର ଲଢେଇ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ମହାମାରୀ ପଚିଚାଳନାକୁ ନେଇ ଦୁଇ ରାଜ୍ୟ ମୁଖିଆଙ୍କ ଟ୍ବିଟର ଲଢେଇ
ମହାମାରୀ ପଚିଚାଳନାକୁ ନେଇ ଦୁଇ ରାଜ୍ୟ ମୁଖିଆଙ୍କ ଟ୍ବିଟର ଲଢେଇ

By

Published : Feb 8, 2022, 12:10 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ମୁହାଁ ୫ ରାଜ୍ୟରେ ସରଗରମ ନିର୍ବାଚନୀ ମାହୋଲ । ଏହାରି ଭିତରେ ଟ୍ବିଟରରେ ମୁହାଁମୁହିଁ ଦୁଇ ରାଜ୍ୟର ମୁଖିଆ । ୟୁପି ନିର୍ବାଚନକୁ ନେଇ ଦୁଇ ବଡ ଚେହେରା ଯୋଗୀ ଆଦିତ୍ୟନାଥ ଓ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଟ୍ବିଟର ୱାର ଆରମ୍ଭ ହୋଇଛି । ପ୍ରଥମେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ବିଟରରେ ଆକ୍ରମଣ କରିବା ପରେ ଚୁପ ବସି ନାହାନ୍ତି ଅରବିନ୍ଦ ।

ଉଭୟ ନିଜ ତରିକା ଆପଣେଇ କଥା କଟାକଟି ହୋଇଛନ୍ତି । ମହାମାରୀ କୋରୋନା ବେଳେ ଲକଡାଉନ ପରିଚାଳନାକୁ ନେଇ ଉଭୟଙ୍କ ମଧ୍ୟରେ ଟ୍ବିଟର ଲଢ଼େଇ ଦେଖିବାକୁ ମିଳିଛି । ପ୍ରଥମେ ଟ୍ବିଟ କରି ଯୋଗୀ କହିଛନ୍ତି ଶୁଣ କେଜ୍ରିୱାଲ, ଦେଶ ଯେତେବେଳେ କୋରୋନା ଯନ୍ତ୍ରଣାରେ ଛଟପଟ ହେଉଥିଲା ସେତେବେଳେ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ଦିଲ୍ଲୀ ଛାଡ଼ିବା ପାଇଁ ବାଧ୍ୟ କରିଥିଲ। ଆପ୍‌ ସରକାର ଛୋଟ ପିଲା ଓ ମହିଳାମାନଙ୍କୁ ଅନ୍ଧାର ରାତିରେ ୟୁପି ସୀମାରେ ଅସହାୟ ଭାବେ ଛାଡ଼ିଥିଲା। ଏହାଠୁ ବଡ଼ ଅଗଣତାନ୍ତ୍ରିକ ଏବଂ ଅମାନବୀୟ କାମ କିଛି ନାହିଁ ।

ଏଥିପାଇଁ ତୁମକୁ ମାନବିକତାଦ୍ରୋହୀ କହିବୁ ନା ଆଉ କ’ଣ ବୋଲି କହିଛନ୍ତି ଯୋଗୀ । ସେ ଆହୁରି କହିଛନ୍ତି ମହାମାରୀ ବେଳେ ଲୋକଙ୍କ ବିଜୁଳି ଓ ପାଣି ସଂଯୋଗ ବନ୍ଦ କରି ଦିଆଯାଇଥିଲା। ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ବସ୍‌ ଯୋଗେ ୟୁପି ସୀମାରେ ଛଡ଼ା ଯାଇଥିଲା। କେଜ୍ରିୱାଲ ମିଛ କହିବାରେ ଡିଗ୍ରୀ ହାସଲ କରିଛନ୍ତି। ଯେତେବେଳେ ଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କୋରୋନା ଭଳି ମହାମାରୀ ସହ ଲଢ଼େଇ କରୁଥିଲା ସେତେବେଳେ କେଜ୍ରିୱାଲ ଦିଲ୍ଲୀରେ ରହୁଥିବା ଶ୍ରମିକମାନଙ୍କୁ ବାହାର ରାସ୍ତା ଦେଖାଇ ଦେଇଥିଲେ କହି ବର୍ଷିଛନ୍ତି ଯୋଗୀ ।

ଏହା ବି ପଢନ୍ତୁ...ହେଲମେଟ କାହିଁକି ପିନ୍ଧିନ ପଚାରିବାରୁ ସାମ୍ବାଦିକଙ୍କୁ ପିଟିଲେ ଦୁଇ କନଷ୍ଟେବଳ

ଏହା ପରେ ଯୋଗୀଙ୍କ ଟ୍ବିଟର ଜବାବ ରଖିଛନ୍ତି କେଜ୍ରାୱାଲ । ଟ୍ବିଟ କରି କେଜ୍ରାୱାଲ କହିଛନ୍ତି ‘‘ଶୁଣ ଯୋଗୀ ତୁମେ ଚୁପ ରୁହ ତୁମେ କିଛି ନ କହିବା ଭଲ । ୟୁପିରେ ଯେପରି ମୃତଦେହ ନଦୀରେ ଭାସୁଥିଲା ଓ ଆପଣ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟାଇମ୍ସ ମ୍ୟାଗାଜିନରେ ନିଜ ମିଛ ପ୍ରଶଂସାର ବିଜ୍ଞାପନ ଦେଉଥିଲେ। ଆପଣଙ୍କ ଭଳି ନିର୍ଦ୍ଦୟ ଶାସକ ମୁଁ କେବେ ହେଲେ ଦେଖିନାହିଁ’’ ବୋଲି କହିଛନ୍ତି କେଜ୍ରିୱାଲ ।

ABOUT THE AUTHOR

...view details