ଓଡିଶା

odisha

ETV Bharat / bharat

UP Election 2022: BJP ଜାରି କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨

ବୁଧବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ଜାରୀ କରିଛି ଷ୍ଟାର ପ୍ରଚାରକ ତାଲିକା (BJP Star campaigner list ) । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଅଧିକ ପଢନ୍ତୁ

UP Election 2022: ବିଜେପି ଜାରୀ କଲା ୩୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା
UP Election 2022: ବିଜେପି ଜାରୀ କଲା ୩୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା

By

Published : Jan 19, 2022, 4:29 PM IST

ନୂଆଦିଲ୍ଲୀ:ବିଜେପି ଜାରି କଲା ଷ୍ଟାର ପ୍ରଚାରକ ତାଲିକା (BJP Star campaigner list )। ବୁଧବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ (Utter Pradesh assembly Election) ପ୍ରଚାର ପାଇଁ ବିଜେପି ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି ଏହି ତାଲିକାରେ ରହିଛନ୍ତି ଜାତୀୟସ୍ତରର ନେତା । ଦଳର ଷ୍ଟାର କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା ପ୍ରମୁଖ ।

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ବିଜେପି ୩୦ ଜଣିଆ ପ୍ରଚାରକ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ରହିଛନ୍ତି ଦଳର ଷ୍ଟାର କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟନାଥ,ସ୍ବତନ୍ତ୍ର ଦେବ ସିଂ, ମୁକ୍ତାର ଆବ୍ବାସ ନକଭୀ, ସ୍ମୃତି ଇରାନୀ,କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା, ରାଧାମୋହନ ସିଂ, ହେମା ମାଲିନୀ, ଭୂପେନ୍ଦ୍ର ସିଂ,ଭିକେ ସିଂ ପ୍ରମୁଖ । ତେବେ ଚଳିତ ବର୍ଷ କୋରୋନା ମହାମାରୀରେ ଅନୁଷ୍ଠିତ ହେଉଥିବା ବିଧାସନଭା ନିର୍ବାଚନରେ ପ୍ରଚାର ପ୍ରସାର ଡିଜିଟାଲ ମାଧ୍ୟମକୁ ଅଧିକ ଗୁରୁତ୍ବ ଦିଆଯାଉଛି।

କୋରୋନା ମାହମାରୀ ମଧ୍ୟରେ ହେବାକୁ ଥିବା ନିର୍ବାଚନକୁ କଡକଟକଣା ଜାରି କିରଛନ୍ତି ନିର୍ବାଚନ କମିସନ । ବିଶେଷ କରି ଡୋର ଟୁ ଡୋର କ୍ୟାମ୍ପେନରେ କେବଳ ୫ ଜଣଙ୍କୁ ଅନୁମତି ଦେଇଛନ୍ତି । ସେହିପରି ଇଣ୍ଡୋର ନିର୍ବାଚନୀ ସଭା ପାଇଁ କେବଳ ୩୦୦ ଜଣ ଲୋକଙ୍କୁ ନେଇ କରିବା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ କମିସସନ । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଜାନୁଆରୀ ତୃତୀୟ ସପ୍ତାହରୁ ଉତ୍ତରପ୍ରଦେଶ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡିଛି।

ଉତ୍ତରପ୍ରଦେଶରେ ୪୦୩ ବିଶିଷ୍ଟ ବିଧାନସଭା ଆସନରେ ଆସନ୍ତା ଫେବୃୟାରୀ ୧୦ ରୁ ମାର୍ଚ୍ଚ ୭ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଫେବୃଆରୀରୁ ସାତୋଟି ପର୍ଯ୍ୟାୟରେ ୧୦,୧୪,୨୦, ୨୩,୨୭,୩,୭ ରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ସହ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ଗଣତି ହେବ।

@ANI

ABOUT THE AUTHOR

...view details