ଓଡିଶା

odisha

By

Published : Jan 9, 2023, 4:56 PM IST

ETV Bharat / bharat

ପତ୍ନୀ ରାଗିଥିବାରୁ ଛୁଟି ମାଗିଲେ ନବବିବାହିତ କନେଷ୍ଟବଳ, ଭାଇରାଲ ହେଉଛି ଦରଖାସ୍ତ

ଭାଇରାଲ ହେବାରେ ଲାଗିଛି ଉତ୍ତର ପ୍ରଦେଶ ପୋଲିସର ଜଣେ ନବବିବାହିତ କନେଷ୍ଟବଳଙ୍କ ଛୁଟି ଆବେଦନ (UP constable leave application goes viral)। ପତ୍ନୀ ରାଗିଥିବାରୁ ଏକ ସପ୍ତାହ ମାଗିଲେ ଛୁଟି । ଡିସେମ୍ବରରେ କରିଥିଲେ ବିବାହ । ଅଧିକ ପଢନ୍ତୁ

ପତ୍ନୀ ରାଗି ଥିବାରୁ ଛୁଟି ମାଗିଲେ କନେଷ୍ଟବଳ
ପତ୍ନୀ ରାଗି ଥିବାରୁ ଛୁଟି ମାଗିଲେ କନେଷ୍ଟବଳ

ହାଇଦ୍ରାବାଦ:ପତ୍ନୀ ରାଗିଥିବାରୁ ଅଫିସରୁ ଛୁଟି ମାଗିଲେ କନେଷ୍ଟବଳ । ତେବେ ଛୁଟି ମାଗିବା ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ଦରଖାସ୍ତରେ ଏହି କାରଣ ମଧ୍ୟ ଉଲ୍ଲେଖ କରିଲେ । ଉତ୍ତର ପ୍ରଦେଶ ପୋଲିସର ଜଣେ କନେଷ୍ଟବଳଙ୍କ ଏପରି କାରଣ ଦର୍ଶାଇ ଛୁଟି ମାଗିବା ଏବେ ଚର୍ଚ୍ଚାର ବିଷୟ ହୋଇଛି(UP constable leave application goes viral)। କେବଳ ସେତିକି ନୁହେଁ ବରଂ କନେଷ୍ଟବଳ ଛୁଟି ପାଇଁ ଦେଇଥିବା ଦରଖାସ୍ତ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଉ ଏକ ରୋଚକ କଥା ହେଉଛି ସମ୍ପୃକ୍ତ କନେଷ୍ଟବଳଙ୍କୁ ଶେଷରେ ଛୁଟି ଅନୁମୋଦନ କରିଛନ୍ତି ଉପରିସ୍ଥ ଅଧିକାରୀ ।

ସୂଚନା ଅନୁସାରେ ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟରତ ଏହି କନେଷ୍ଟବଳ ହେଉଛନ୍ତି ଗୌରବ ଚୌଧୁରୀ । ସେ 2016 ରେ ପୋଲିସ ଫୋର୍ସରେ ଭର୍ତ୍ତି ହୋଇଥିବା ବେଳେ ଏବେ ମହାରାଜାଗଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ଗତବର୍ଷ (2022) ଡିସେମ୍ବର 22 ରେରେ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ସେ ପୁନଃ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ କୌଣସି କାରଣରୁ ତାଙ୍କର ନନବିବାହିତା ପତ୍ନୀ ତାଙ୍କ ଉପରେ ଅଭିମାନ କରିଥିବାରୁ ସେ ଏକ ସପ୍ତାହ ଛୁଟି ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ । ତେବେ ଫୋନ୍‌ ନଉଠାଇବା କାରଣରୁ ପତ୍ନୀ ରାଗି ଯାଇଥିବା କଥା ଜଣାପଡିଛି (UP constable leave application goes viral)। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ପତ୍ନୀଙ୍କ ଅଭିମାନ କରିବାର କାରଣ ମଧ୍ୟ ସାମ୍ନାକୁ ଆସିଛି । ଜାନୁଆରୀ 10ରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଜନ୍ମଦିନ ଥିବାବେଳେ ସେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ବୋଲି ପତ୍ନୀ ଚାହୁଁଥିଲେ । ପତ୍ନୀଙ୍କୁ ବୁଝାଇବା ପାଇଁ ସେ ଛୁଟି ଆବେଦନ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେବେ କନେଷ୍ଟବଳ ଗୌରବଙ୍କ ଦରଖାସ୍ତକୁ ମଧ୍ୟ ବିଭାଗୀୟ ଅଧିକାରୀଠାରୁ ଗ୍ରୀନ ସିଗନାଲ ମିଳିଛି । ସେ ଏକ ସପ୍ତାହ ଛୁଟି ଆବେଦନ କରିଥିବା ବେଳେ ତାଙ୍କୁ 5ଦିନ ଛୁଟି ପ୍ରଦାନ କରାଯାଇଛି । ଜଣେ ନବବିବାହିତ କନେଷ୍ଟବଳଙ୍କ ଏପରି କାରଣ ଦର୍ଶାଇ ଛୁଟିି ଆବେଦନ କରିବା ଏବେ ଖବରର ଚର୍ଚ୍ଚାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details