ଲକ୍ଷ୍ନୌ:ଆସନ୍ତାକାଲି ଉତ୍ତରାଖଣ୍ଡ ଗସ୍ତରେ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ଗତକାଲି (ଶନିବାର) ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ଜନ୍ମ ମାଟିକୁ ଯିବେ । ମୁଖ୍ୟମନ୍ତ୍ରୀ ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ ଅଟେ ।
CM Yogi Visit To Uttarakhand: ଜନ୍ମମାଟିକୁ ଯିବେ ଯୋଗୀ
ଆସନ୍ତାକାଲିଠୁ ଉତ୍ତରାଖଣ୍ଡ ଗସ୍ତରେ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତିନି ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜ ଜନ୍ମ ମାଟିକୁ ଯିବେ । ଅଧିକ ପଢ଼ନ୍ତୁ
ଆସନ୍ତାକାଲି(ସୋମବାର) ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରାଖଣ୍ଡର ପାଉରି ଘରୱାଲ ଜିଲ୍ଲା ଯାମକେଶ୍ବର ବ୍ଲକ ଅନ୍ତର୍ଗତ ପଞ୍ଚୋର ଗ୍ରାମରେ ଥିବା ନିଜ ଜନ୍ମ ସ୍ଥାନକୁ ଯିବେ । 2020 ଏପ୍ରିଲ 20 ତାରିଖରେ ତାଙ୍କ ପିତା ଆନନ୍ଦ ସିଂହଙ୍କ ଦେହାନ୍ତ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଯୋଗୀ ତାଙ୍କ ମାଆ ଏବଂ ଅନ୍ୟପରିବାର ଲୋକଙ୍କ ସହ ଦେଖା କରିବାର ଯୋଜନା ରହିଛି । କୋରୋନା ଯୋଗୁଁ ସେ ପିତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇ ପାରିନଥିଲେ ।
ତିନି ଦିନିଆ ଗସ୍ତ ସମୟରେ ବିଥ୍ୟାନୀ ସ୍ଥିତ ଗୁରୁ ଗୋରଖନାଥ ମହାବିଦ୍ୟାଳୟରେ ଆଧ୍ୟାତ୍ମିକ ଗୁରୁ ଗୋରଖନାଥଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ଯୋଗୀ । ଏହି ଅବସରରେ ଅନୁଷ୍ଠିତ ସମାରୋହକୁ ସମ୍ବୋଧିତ ମଧ୍ୟ କରିବେ । ଆସନ୍ତା 5 ତାରିଖରେ ହରିଦ୍ବାରର ଗଙ୍ଗା କେନାଲ ନିକଟରେ ନୂତନ ଭାବେ ନିର୍ମିତ ଭାଗୀରଥୀ ହୋଟେଲର ଉଦଘାଟନ କରିବେ । ଏହି ହୋଟେଲ ଉତ୍ତରପ୍ରଦେଶ ପର୍ଯ୍ୟଟନ ନିଗମ ଦ୍ବାରା ନିର୍ମିତ ହୋଇଛି । ଯୋଗୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ କ୍ୟାବିନେଟ ସ୍ବାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀ ଧନ ସିଂ ରାୱତ ପଞ୍ଚୋର ଗ୍ରାମ ପରିଦର୍ଶନ କରି ସ୍ଥିତି ତଦାରଖ କରିଛନ୍ତି ।