ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରେକର୍ଡ । ସମାଜିକ ଗଣମାଧ୍ୟମରେ ବଢୁଛି ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା । ମାଇକ୍ରୋବ୍ଲୋଗିଂ ସାଇଟ ଟ୍ବିଟରରେ ଯୋଗୀଙ୍କ ଫଲୋର୍ସ ସଂଖ୍ୟା 26 ମିଲିୟନ ପାର କରିଛି । ଅର୍ଥାତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ 2.6 କୋଟିରୁ ଅଧିକ ଲୋକ ଏକ୍ସରେ ଫଲୋ କରୁଛନ୍ତି ।
ଲୋକପ୍ରିୟ ନେତାଙ୍କ ମଧ୍ୟରେ ଯୋଗୀ ତୃତୀୟ: ଭାରତୀୟ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଲୋର୍ସ ସଂଖ୍ୟା ଏକ୍ସରେ ସର୍ବାଧିକ ରହିଥିବା ବେଳେ ଦ୍ବିତୀୟରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ। ଏକ୍ସରେ ମୋଦିଙ୍କ ଫଲୋର୍ସ ସଂଖ୍ୟା ବର୍ତ୍ତମାନ 91.5 ମିଲିୟନ ରହିଛି । ସେହିପରି ଅମିତ ଶାହଙ୍କ ଫଲୋର୍ସ ସଂଖ୍ୟା 33.7 ମିଲିୟନ ରହିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ 26 ମିଲିୟନ ଛୁଇଁଛି ।
ଏହା ମଧ୍ୟ ପଢନ୍ତୁ-CM Yogi to Mafia: 'ବିଜେପି ସରକାର ଥିବା ଯାଏଁ କାହାକୁ ବି ଧମକାଇପାରିବନି'
ନିକଟରେ ଏକ୍ସ ଦ୍ବାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଗତ 30 ଦିନ ମଧ୍ୟରେ କେଉଁ ବ୍ୟକ୍ତି ଓ କେଉଁ ସଂଗଠନ ଫଲୋର୍ସ ସଂଖ୍ୟା କେତେ ବୃଦ୍ଧି ପାଇଛି ତାହା ଦର୍ଶାଯାଇଥଲା । ଏହି ତାଲିକାରେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଫଲୋର୍ସ ସଂଖ୍ୟା ଗତ 30 ଦିନ ମଧ୍ୟରେ 2 ଲକ୍ଷ 67 ହଜାର 419 ବୃଦ୍ଧି ପାଇଥିବା କୁହାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ଭାରତୀୟ ରାଜନେତା ଭାବରେ 30ଦିନ ମଧ୍ୟରେ ଯୋଗୀଙ୍କ ଫଲୋର୍ସ ସଂଖ୍ୟା ସର୍ବାଧିକ ରହିଥିଲା । ଏକ ବିବୃତ୍ତି ଅନୁଯାୟୀ ନଭେମ୍ବର 13, 2022ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକସରେ 8 ନିୟୁତ ଫଲୋର୍ସ ଅତିକ୍ରମ କରିଥିଲା।
ଏହା ମଧ୍ୟ ପଢନ୍ତୁ-ଯୋଗୀ ସରକାରଙ୍କ କ୍ରାଇମ କଣ୍ଟ୍ରୋଲ: ୬ ବର୍ଷରେ ୧୦ ହଜାର ଏନକାଉଣ୍ଟର, ଟଳିଛନ୍ତି ୬୩ ଅପରାଧି
ଗତ 2022 ମାର୍ଚ୍ଚ 25 ତାରିଖରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ନେଇଥିଲେ ଯୋଗୀ ଆଦିତ୍ୟନାଥ । ଗୋରଖପୁର ଆସନରୁ ଲଢି ମୋଟ 1 ଲକ୍ଷ 2 ହଜାର 399 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ଯୋଗୀ । ତାଙ୍କ ବିପକ୍ଷରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କ ପତ୍ନୀ ଶୁଭାବତୀ ଶୁକ୍ଲା, ଆଜାଦ ସମାଜ ପାର୍ଟିରୁ ଚନ୍ଦ୍ରଶେଖର, ବିଏସପିରୁ ଖ୍ବାଜା ଶାମସୁଦ୍ଦିନ ଏବଂ କଂଗ୍ରେସ ପ୍ରାର୍ଥୀ ଚେତନା ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଥିଲେ । ଉତ୍ତର ପ୍ରଦେଶରେ ମାଫିଆ ଓ ବଦମାସ୍ଙ୍କ ପ୍ରତି ଯୋଗୀ ସରକାରଙ୍କ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି । ଯାହା ଫଳରେ ବିଗତ 3 ବର୍ଷରେ 10 ହଜାରରୁ ଅଧିକ ଏନକାଉଣ୍ଟରରେ ସାବାଡ଼ ହୋଇଛନ୍ତି ହଜାର ହଜାର ଅପରାଧି ।