ଓଡିଶା

odisha

ETV Bharat / bharat

କାଲି ଜନ୍ମାଷ୍ଟମୀ; ମଥୁରା କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ - ଶ୍ରୀକୃଷ୍ଣ

ଆସନ୍ତାକାଲି( ସୋମବାର) ଜନ୍ମାଷ୍ଟମୀ । ରାମଲୀଳା ମଇଦାନରେ କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ । ଅଧିକ ପଢନ୍ତୁ...

ଆସନ୍ତାକାଲି ଜନ୍ମାଷ୍ଟମୀ ; ରାମଲିଲା ମଇଦାନରେ କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ
ଆସନ୍ତାକାଲି ଜନ୍ମାଷ୍ଟମୀ ; ରାମଲିଲା ମଇଦାନରେ କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ ଯୋଗୀ

By

Published : Aug 29, 2021, 9:57 AM IST

ଲକ୍ଷ୍ନୌ: ଆସନ୍ତାକାଲି(ସୋମବାର) ଜନ୍ମାଷ୍ଟମୀ । ଏ ଦିନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । କୃଷ୍ଣ ଜନ୍ମଭୂମି ସମେତ ପୂରା ଦେଶରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଜନ୍ମଭୂମି ସମତେ ଦ୍ୱାରିକାଧିଶ, ବିହାରିଜୀ ଏବଂ ଅନ୍ୟ ସମସ୍ତ ମନ୍ଦିରରେ ଭବ୍ୟ ଆୟୋଜନ ହୋଇଥାଏ। ଏନେଇ ଉତ୍ତରପ୍ରଦେଶର ରାମଲୀଳା ମଇଦାନରେ କୃଷ୍ଣ ଉତ୍ସବ ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମାବାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଭଗବାନ କୃଷ୍ଣଙ୍କ ଜନ୍ମ ତଥା ମଥୁରାର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶିତ ହେବ । ଏହା ୟୁପି ବ୍ରଜ ତିର୍ଥ ବିକାଶ ପରିଷଦ, ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମର ଏହା ଆୟୋଜିତ ହୋଇଛି । ଲୋକ ସଂଗୀତ ଏବଂ ଲୋକ ନୃତ୍ୟ, କୃଷ୍ଣ ଲୀଲା, ରାସ ଲୀଲା ଏବଂ ଅନ୍ୟାନ୍ୟ ସଂଗୀତ କାର୍ଯ୍ୟକ୍ରମ ମେଗା ଇଭେଣ୍ଟର ମୁଖ୍ୟ ଆକର୍ଷଣ ହେବ।

ସୋମବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଅପରାହ୍ନ 30.30 ମିନିଟରେ ମଥୁରାରେ ପହଞ୍ଚିବେ । ସେ ପ୍ରଥମେ ରାମଲୀଳା ଗ୍ରାଉଣ୍ଡକୁ ଯାଇ କୃଷ୍ଣ ଉତ୍ସବକୁ ଉଦଘାଟନ କରିବେ। ମଥୁରାରେ ତାଙ୍କର 90 ମିନିଟର ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମନ୍ଦିରରେ ପୂଜା କରିବେ । ଜନ୍ମାଷ୍ଟମୀ ଦିନ ସିଏମ ଆଦିତ୍ୟନାଥ ପ୍ରଥମଥର ମଥୁରା ପରିଦର୍ଶନ କରିବେ ବୋଲି ଅଧିକାରୀମାନେ କହିଛନ୍ତି।

ABOUT THE AUTHOR

...view details