ଓଡିଶା

odisha

ETV Bharat / bharat

Threat to CM Yogi: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ - Threat to CM Yogi

ସରକାରଙ୍କ ଦ୍ବାରା ଜାରି ଏମର୍ଜେନ୍ସି ନମ୍ବରରେ ଆସିଲା ଧମକ ପୂର୍ଣ୍ଣ ମେସେଜ । ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବା ନେଇ ମେସେଜରେ ଉଲ୍ଲେଖ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 25, 2023, 10:36 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଜରୁରୀକାଳୀନ ସେବା ପାଇଁ ଜାରି ହୋଇଥିବା ନମ୍ବରକୁ ଆସିଲା ଧମକ ପୂର୍ଣ୍ଣ ମେସେଜ । ମେସେଜରେ ଲେଖା ହୋଇଛି ମୁଁ ଖୁବଶୀଘ୍ର ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବି । ଏନେଇ ଥାନାରେ ଅଭିଯୋଗ ପରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ସରକାରଙ୍କ ଦ୍ବାରା ଜାରି ହୋଇଥିବା ଏମର୍ଜେନ୍ସି ନମ୍ବର 112କୁ ଆସିଥିଲା ଏପରି ଧମକପୂର୍ଣ୍ଣ ମେସେଜ ।

ଏହା ମଧ୍ୟ ପଢନ୍ତୁ-ବିବାହ ପାଇଁ ମନା କଲା ପ୍ରେମିକା, ଶିଶୁପୁତ୍ରକୁ ଗରମ ପାଣିରେ ବୁଡାଇ ମାରିଲା ପ୍ରେମିକ

ଜରୁରୀକାଳୀନ ସେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା 112 ନମ୍ବର ଜନସାଧାରଣଙ୍କ ପାଇଁ ଜାରି କରାଯାଇଛି । କେହି ଦୁର୍ବୃତ୍ତ ଏହି ନମ୍ବରକୁ ଯୋଗି ଆଦିତ୍ୟ ନାଥଙ୍କୁ ହତ୍ୟା କରିବା ନେଇ ଏକ ଧମକ ପୂର୍ଣ୍ଣ ମେସେଜ ପଠାଇଛି । ଯେଉଁଥିରେ ଉଲ୍ଲେଖ ରହିଛି 'ଆଇ ଉଇଲ କିଲ୍‌ ସିଏମ ଯୋଗୀ ଆଦ୍ୟନାଥ ସୁନ୍‌ ।' ଏହି ଧମକ ପୂର୍ଣ୍ଣ ମେସେଜ ପାଇବା ପରେ 112ର ଅପରେସନ କମାଣ୍ଡର ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ କରିଥିଲେ । ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା 506, 507 ଏବଂ ଆଇଟି ଆକ୍ଟ 66 ଅନୁଯାୟୀ ଅଜଣା ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Threat to PM Modi: କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

ଗତ 23 ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହତ୍ୟା ଧମକ ଆସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତ ସମୟରେ ଆତ୍ମଘାତି ବିସ୍ଫୋରଣ ହେବା ନେଇ କେରଳର ବିଜେପି କାର୍ଯ୍ୟାଳୟରୁ ଏକ ଚିଠି ମିଳିଥିଲା । ଏହାପରେ ପୋଲିସ ଓ ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଗୋଟିଏ ଦିନ ପରେ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଥିବା କେରଳ ପୋଲିସ ସ୍ପଷ୍ଟ କରିଥିଲା । ଗିରଫ ଅଭିଯୁକ୍ତ ହେଉଛି ଜାଭିଅର । ସେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଚିଠି ଲେଖିଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛି । କେରଳ ବିଜେପି ସଭାପତି କେ.ସୁରେନ୍ଦ୍ରନ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ । ଏହାପରେ ସେ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ କେରଳ ଗସ୍ତରେ ରହିଛନ୍ତି । ଆଜି ରାଜ୍ୟକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେବେ ପ୍ରଧାନମନ୍ତ୍ରୀ । କେରଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ABOUT THE AUTHOR

...view details