ଓଡିଶା

odisha

ETV Bharat / bharat

Sanatan Dharma Row: ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ: ଯୋଗୀ ଆଦିତ୍ୟନାଥ - tamilnadu politics

ସନାତନ ଧର୍ମବିରୋଧି ମତ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ । ଉଦୟନିଧି ଷ୍ଟାଲିନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା କଟାକ୍ଷ । "ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ"

up cm yogi adityanath reaction on sanatan dharma row
up cm yogi adityanath reaction on sanatan dharma

By ETV Bharat Odisha Team

Published : Sep 8, 2023, 12:44 PM IST

ଲକ୍ଷ୍ମୌ: ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧି ମନ୍ତବ୍ୟକୁ ନେଇ ସରଗରମ ରାଜନୀତି । ଉଦୟନିଧି ଷ୍ଟାଲିନଙ୍କ ଧର୍ମ ବିରୋଧି ମତକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦୟନିଧି ଷ୍ଟାଲିନଙ୍କୁ କଡା କଟାକ୍ଷ କରିଛନ୍ତି । ଯିଏ ଧର୍ମକୁ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଜନ୍ମାଷ୍ଟମୀ ଅବସରରେ ଗୁରୁବାର ଦିନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌ ସ୍ଥିତ ପୋଲିସ ଲାଇନ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ମହୋତ୍ସବରେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ରା, ଡିଜିପି ବିଜୟ କୁମାର ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ । ସେଠାରେ ଜନ୍ମାଷ୍ଟମୀ ମହୋତ୍ସବ ପାଳନ କରିବା ସହ ସନାତନ ଧର୍ମ ନେଇ ମତ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ..Sanatana Dharma row: ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା

ଉଦୟନାଥ ଷ୍ଟାଲିନଙ୍କ ଧର୍ମ ବିରୋଧି ମତକୁ କଡା କଟାକ୍ଷ କରିବାକୁ ଯାଇ ଯୋଗୀ କହିଥିଲେ," ଯିଏ ସନାତନ ଧର୍ମ ବିନାଶ କରିବାକୁ ଚାହିଁବ ସେ ନିଜେ ବିନାଶ ହୋଇଯିବେ । ସନାତନ ଧର୍ମକୁ ବିନାଶ କରିବାକୁ ରାବଣ ଚେଷ୍ଟା କରିଥିଲା । ସନାତନ ଧର୍ମ ଧ୍ୱଂସ କରିବାକୁ କଂସ ବି ଚେଷ୍ଟା କରିଥିଲା । ହେଲେ ସନାତନ ଧର୍ମର ବିନାଶ ହେଲାନି ବରଂ ଧର୍ମର ବିନାଶକାରୀ ନିଜେ ବିନାଶ ହୋଇଗଲେ ।"

ଏହାମଧ୍ୟ ପଢନ୍ତୁ..Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ସୂଚନା ଥାଉ କି, ଉଦୟନିଧି ଷ୍ଟାଲିନ ଶନିବାର ଦିନ ସନାତନ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହି ଧର୍ମକୁ ସମୂଳ ବିନାଶ କରିଦେବା ଉଚିତ ବୋଲି କହିଥିଲେ ଉଦୟନିଧି । ଏପରିକି ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, କୋରୋନା ଭାଇରସ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଏହା ବିରୋଧରେ ଲଢିବା ବଦଳରେ ସମୂଳ ବିନାଶ କରିବା ଉଚିତ ବୋଲି କହିଥିଲେ ।

ଅନ୍ୟପଟେ ଧର୍ମବିରୋଧି ମତ ଦେଇ ଅଡୁଆରେ ଉଦୟନିଧି ଷ୍ଟାଲିନ । ସାରା ଦେଶରେ ଏହି ପ୍ରସଙ୍ଗ ରାଜନୈତିକ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ବି ଏହି ମାମଲା ପହଞ୍ଚିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଦର୍ଶାଯାଇଛି । ଏହା ଏକ ଧାର୍ମିକ ଘୃଣାସୃଷ୍ଟିକାରୀ ମନ୍ତବ୍ୟ ହୋଇଥିବା ବେଳେ କାହିଁକି ସ୍ଥାନୀୟ ଚେନ୍ନାଇ ଓ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ନିଜ ଆଡୁ ମାମଲା ରୁଜୁ କରିନାହାନ୍ତି, କୋର୍ଟ ସେ ସମ୍ପର୍କରେ ବି ହସ୍ତକ୍ଷେପ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ଚି ଆଇନଜୀବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details