ଓଡିଶା

odisha

By

Published : Jul 31, 2023, 4:21 PM IST

Updated : Jul 31, 2023, 4:55 PM IST

ETV Bharat / bharat

Gyanvapi Row: ‘ଐତିହାସିକ ଭୁଲର ସମାଧାନ ପାଇଁ ପ୍ରସ୍ତାବ ରଖୁ ମୁସଲିମ ପକ୍ଷ, ମସଜିଦ୍‌ କହିଲେ ବିବାଦ ହେବ’

ଜ୍ଞାନବ୍ୟାପୀ ମାମଲାରେ ଯୋଗୀଙ୍କ ବିସ୍ଫୋରକ ବୟାନ । ଐତିହାସିକ ତ୍ରୁଟିକୁ ସୁଧାରିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦିଅନ୍ତୁ ମୁସଲିମ ପକ୍ଷ । ମସଜିଦ କହିଲେ ହେବ ବିବାଦ । ଅଧିକ ପଢନ୍ତୁ

Gyanvapi row: ମସଜିଦ କହିଲେ ବିବାଦ ହେବ କହିଲେ ଯୋଗୀ
Gyanvapi row: ମସଜିଦ କହିଲେ ବିବାଦ ହେବ କହିଲେ ଯୋଗୀ

ଲକ୍ଷ୍ନୌ:ଜ୍ଞାନବ୍ୟାପୀ ମସଜିଦ କମ୍ପଲେକ୍ସରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ସର୍ଭେ କରିବ କି ନାହିଁ, ତାହା ଆସନ୍ତା ମାସ 3 ତାରିଖରେ ଆହ୍ଲାବାଦ କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ହେଲେ ଏହା ପୂର୍ବରୁ ଏହି ପ୍ରସଙ୍ଗରେ ଏକ ବଡ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ । ମୁସଲିମ ପକ୍ଷ ଐତିହାସିକ ଭୁଲକୁ ସ୍ବୀକାର କରିବା ଆବଶ୍ୟକ । ନିଜେ ଏହି ଭୁଲର ସମାଧାନ କରିବା ପାଇଁ ସେମାନଙ୍କ ପକ୍ଷରୁ ପ୍ରସ୍ତାବ ଆସିବା ଆବଶ୍ୟକ । ଯଦି ଏହାକୁ ମସଜିଦ ବୋଲି କୁହାଯିବ, ତେବେ ବିବାଦ ହେବ ବୋଲି କହିଛନ୍ତି ଯୋଗୀ ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରରେ ମୁଖ୍ଯମନ୍ତ୍ରୀ ଯୋଗୀ ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ ରୋକଠୋକ ଏହି ବଡ ବୟାନ ଦେଇଛନ୍ତି । କହିଛନ୍ତି,‘‘ମସଜିଦ ବୋଲି କହିଲେ ହିଁ ବିବାଦ ହେବ । ଯଦି ମସଜିଦ କୁହାଯିବ ତେବେ ଏହା ଭିତରେ ତ୍ରିଶୂଳ କେଉଁଠୁ ଆସିଲା । ଏହା ତ ଆମ ଦ୍ବାରା ରଖାଯାଇନି । କମ୍ପେଲେକ୍ସର କାନ୍ଥରେ ଦେବୀ ଦେବତାଙ୍କ ପ୍ରତିମା ରହିଛି । ପୁରା କମ୍ପଲେକ୍ସ ଚିତ୍କାର କରି ସତ କଣ କହୁଛି । ଯେଉଁ ଐତିହାସିକ ଭୁଲ ହୋଇଛି, ସେ ନେଇ ମୁସଲିମ ପକ୍ଷ ସ୍ବୀକାର କରିବା ଦରକାର ଓ ସମାଧାନ ପାଇଁ ନିଜ ଆଡୁ ପ୍ରସ୍ତାବ ରଖିବା ଆବଶ୍ୟକ ।’’

ତେବେ ଯୋଗୀଙ୍କ ମନ୍ତବ୍ୟ ଆସିବା ପରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓବେସୀ କହିଛନ୍ତି, କୋର୍ଟରେ ଏହି ରାୟ ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ । ସେମାନେ ନିୟମର ପାଳନ କରିବା ଉଚିତ । ସେଠାରେ 4 ଶହ ବର୍ଷ ପୂର୍ବରୁ ମସଜିଦ ରହିଛି । କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ :- Gyanvapi Mosque case: ASI ସର୍ଭେ ପ୍ରସଙ୍ଗରେ ଅଗଷ୍ଟ 3ରେ ରାୟ ଦେବେ ଆହ୍ଲାବାଦ ହାଇକୋର୍ଟ

ଜ୍ଞାନବ୍ଯାପୀ ମସଜିଦ କମ୍ପ୍ଲେକ୍ସରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ (ASI) ଦ୍ବାରା ସର୍ଭେ ହେବା ପ୍ରସଙ୍ଗରେ ଆସନ୍ତ ମାସ (ଅଗଷ୍ଟ) 3 ତାରିଖରେ ଆହ୍ଲାବାଦ ହାଇକୋର୍ଟ ରାୟ ପ୍ରକାଶ କରିବେ । ଅଗଷ୍ଟ 3 ତାରିଖରେ ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରହିବା ନେଇ କୋର୍ଟ ପୂର୍ବ ଶୁଣାଣିରେ ସ୍ପଷ୍ଟ କରିସାରିଛନ୍ତି । ପୂର୍ବରୁ ବାରାଣାସୀ ଜିଲ୍ଲା କୋର୍ଟ ହିନ୍ଦୁପକ୍ଷର ଆବେଦନକୁ ବିଚାର କରି ମସଜିଦ କମ୍ପ୍ଲେକ୍ସ ପରିସରରେ ପ୍ରତ୍ନତାତ୍ବିକ ବିଭାଗକୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା କୋର୍ଟଙ୍କ ଏହି ରାୟ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ପ୍ରତିପକ୍ଷ ଇନ୍ତିଜାମିଆ କମିଟି । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟକୁ ହସ୍ତାନ୍ତର ହୋଇଥିଲା । 3 ତାରିଖରେ ପ୍ରକାଶ ପାଇବାକୁ ଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସମଗ୍ର ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2023, 4:55 PM IST

ABOUT THE AUTHOR

...view details