ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା, ଦେଢଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି - up cm

ଗାନ୍ଧୀ ଜୟନ୍ତୀରେ ଉତ୍ତର ପ୍ରଦେଶ ସରକାରଙ୍କ ବଡ ଘୋଷଣା । 1.5 ଲକ୍ଷ ଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି । ମିଳିବ ସ୍ନାତକ ପର୍ଯ୍ୟନ୍ତ ଦେୟମୁକ୍ତ ଶିକ୍ଷା । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଢଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଢଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ମେଧାବୃତ୍ତି

By

Published : Oct 2, 2021, 10:26 PM IST

ଲକ୍ଷ୍ନୌ: ଗାନ୍ଧୀ ଜୟନ୍ତୀରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଯୋଜନା ଆଣିଲେ ଉତ୍ତର ପ୍ରଦେଶ ସରକାର । ରାଜ୍ୟର ଛାତ୍ରୀଙ୍କ ପାଇଁ ମୁକ୍ତ ଶିକ୍ଷାର ବ୍ୟବସ୍ଥା ପାଇଁ ନୂଆ ଯୋଜନା ଆଣୁଛନ୍ତି ଯୋଗୀ ସରକାର । ଏହି ଯୋଜନାରେ ରାଜ୍ୟର 1.5 ଲକ୍ଷ ଛାତ୍ରୀ ପ୍ରାରମ୍ଭିକ ଶିକ୍ଷାରୁ ସ୍ନାତକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ଗ୍ରହଣର ସୁଯୋଗ ପାଇପାରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନଭେମ୍ବର 30 ସୁଦ୍ଧା ଛାତ୍ରୀଙ୍କ ମେଧାବୃତ୍ତି ରାଶି ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଯାହା ଫଳରେ ସେମାନଙ୍କ ଶିକ୍ଷାରେ କିଛି ସମସ୍ୟା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ।

ଏହି ମୁକ୍ତ ଶିକ୍ଷା ଯୋଜନାର କିଛିି ସର୍ତ୍ତ ମଧ୍ୟ ରଖାଯାଇଛି । ଗୋଟିଏ ପରିବାରରେ 2 ଛାତ୍ରୀ ଥିଲେ କେବଳ ଜଣେ ମାତ୍ର ଛାତ୍ରୀଙ୍କୁ ଏହି ସୁବିଧା ପାଇପାରିବା ନେଇ ସର୍ତ୍ତ ରଖାଯାଇଛି । ଯଦି ଗୋଟିଏ ପରିବାର ଏକାଧିକ ଛାତ୍ରୀ ଗୋଟିଏ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି ତେବେ ଜଣେ ଛାତ୍ରୀଙ୍କର ଦେୟ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ । ଏପରି ଆର୍ଥିକ ରିହାତି ସେମାନଙ୍କ ପିତାମାତାଙ୍କୁ ସାମାନ୍ୟ ସହାୟକ ହେବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।

ସେହିପରି ଏହି ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ସରକାରକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତତ୍କାଳୀନ ସରକାର ମେଧାବୃତ୍ତି ଯୋଜନାରେ ମାତ୍ର 1800 କୋଟିଖର୍ଚ୍ଚ କରିଥିବାବେଳେ ବର୍ତ୍ତମାନର ବିଜେପି ସରକାର ରାଜ୍ୟର ଛାତ୍ରୀଙ୍କ ପାଇଁ ମୁକ୍ତ ଶିକ୍ଷା ତଥା ମେଧାବୃତ୍ତି ଯୋଜନାରେ 3 ହଜାର 9 କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details