ହାଇଦ୍ରାବାଦ:ଆଜି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଫଳାପଳ ପ୍ରକାଶ ପାଇଛି । ସେହିପରି ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନ ସମେତ ଦେଶର 5ଟି ରାଜ୍ୟର 6 ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶ ମୈନପୁରୀ ଲୋକସଭା ଆସନ, ରାମପୁର ସଦର ଏବଂ ଖତୌଲି ବିଧାନସଭା ଆସନ ସମେତ ବିହାରର କୁଢନୀ ,ଓଡିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାରସହର, ଛତିଶଗଡର ଭାନୁପ୍ରତାପୁର ଉପ ନିରବାଚନର ଭୋଟ ଗଣତି ଶେଷ ହୋଇଛି ।
ଏଥିରେ ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ଓ ବିହାରରେ ମୋଟ ଦୁଇଟି ବିଧାନସଭା ଆସନରେ ବିଜୟୀ ହୋଇଛି । କଂଗ୍ରେସ ରାଜସ୍ଥାନ ଓ ଛତିଶଗଡରେ ଦୁଇ ବିଧାନସଭା ଆସନ ହତେଇଛି । ସେହିପରି ରାଷ୍ଟ୍ରୀୟ ଲୋକ ଦଳ ଓ ବିଜୁ ଜନତା ଦଳ ଗୋଟିଏ ଲେଖାଏଁ ସିଟରେ ବିଜୟୀ ହୋଇଛନ୍ତି ।
BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭାBY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା
ମୈନପୁରୀ:- (ଲୋକସଭା)
ମୈନପୁରୀ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ବହୁ ଭୋଟ ବ୍ୟବଧାନରେ ବିଜୀୟ ହୋଇଛନ୍ତି । ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂଙ୍କ ଦେହାନ୍ତ ପରେ ସେଠାରେ ବୋହୁ ଡିମ୍ପଲଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଡିମ୍ପଲଙ୍କୁ 64.08 ପ୍ରତିଶତ ଏବଂ ବିଜେପି ପ୍ରାର୍ଥୀ ରଘୁରାଜ ସାକ୍ୟଙ୍କୁ 34.18 ପ୍ରତିଶତ ଭୋଟ୍ ମିଳିଛି ।
BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା
ରାମପୁର (ଉ.ପ୍ର):-
ସେହିପରି ରାଜ୍ୟର ବିଧାନସଭା ଉପନିର୍ବାଚନ ହୋଇଥିବା ଅନ୍ୟତମ ଚର୍ଚ୍ଚିତ ଆସନ ରାମପୁରରେ କିନ୍ତୁ ପୂର୍ବ ଧାରା ଭାଙ୍ଗିଛି । ବିବାଦୀୟ ସମାଜବାଦୀ ପାର୍ଟି ନେତା ଆଜାମ ଖାନଙ୍କ ଗଡ କୁହାଯାଉଥିବା ରାମପୁରରେ ଗେରୁଆ ପତାକା ଉଡାଇଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ ଆକାଶ ସକ୍ସେନାଙ୍କ ସପା ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି । ସେହିପରି ରାଜ୍ୟର ଅନ୍ୟତମ ଆସନ ଖତୌଲିରେ ବାଜି ମାରିଛି ରାଷ୍ଟ୍ରୀୟ ଲୋକଦଳ ।
BY ELECTION RESULT 2022: ମୈନପୁରୀରେ ଡିମ୍ପଲ ଯାଦବ ବିଜୟୀ, ବିଜେପି ଓ କଂଗ୍ରେସ ଦଖଲରେ ଦୁଇଟି ଲେଖାଏଁ ବିଧାନସଭା
ଖତୌଲି (ଉ.ପ୍ର):-
ଆରଏଲଡି ପ୍ରାର୍ଥୀ ମଦନ ଭୈୟା ଖତୌଲିରେ ଉପନିର୍ବାଚନରେ ନିକଟତମ ବିଜେପି ପ୍ରାର୍ଥୀ ରାଜକୁମାରୀ ସାଇନିଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆକାଶ ସକ୍ସେନା 62.06 ପ୍ରତିଶତ ଭୋଟ୍ ପାଇଛନ୍ତି । ସେହିପରି ନୋଟା (NOTA) ରେ 0.55 ପ୍ରତିଶତ ଭୋଟ ପଡିଛି ।
କୁଢନୀ (ବିହାର):-
ବିହାର କୁଢନୀ ଉପନିର୍ବାଚନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେପି ପ୍ରାର୍ଥୀ କେଦାର ଗୁପ୍ତା ବିଜୟୀ ହୋଇଛନ୍ତି । କେଦାରଙ୍କୁ ମୋଟ 76653 ଭୋଟ ମିଳିଥିଲା । ନିଜ ନିକଟତମ ଜେଡିୟୁ ପ୍ରାର୍ଥୀଙ୍କୁ ପ୍ରାୟ 3645 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଲୋକସଭା ଓ ବିଧାନସଭା ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପଦ୍ମପୁର (ଓଡିଶା) : -
ଓଡିଶାର ପଦ୍ମପୁର ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ରାଜ୍ୟରେ ଶାସନରେ ଥିବା ବିଜେଡି ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ 42 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ସତ୍ତ୍ବେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜୟର ସ୍ବାଦ ଚାଖିବାରୁ ବଞ୍ଚିତ ହୋଇଛି । ସେହିପରି ଗତ ସାଧାରଣ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର 3594ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି ।
ସର୍ଦ୍ଦାରସହର (ରାଜସ୍ଥାନ):-
ରାଜସ୍ଥାନର ଏହି ଆସନ କଂଗ୍ରେସ ହାତକୁ ଯାଇଛି । କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଶର୍ମା ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଅନିଲଙ୍କ ବିଜୟ ବ୍ୟବଧାନ ରହିଛି 26852 । ଅକ୍ଟୋବରରେ କଂଗ୍ରେସ ବିଧାୟକ ବନଓ୍ବାର ଲାଲ ଶର୍ମାଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ଘୋଷଣା ହୋଇଥିଲା । କଂଗ୍ରେସ ସ୍ବର୍ଗତ ବନଓ୍ବାର ଲାଲ ଶର୍ମାଙ୍କ ପୁଅ ଅନିଲ କୁମାରଙ୍କୁ ପ୍ରାର୍ଥୀ କରିଥିଲା । ଅନିଲ ବିଜୟୀ ହୋଇଛନ୍ତି ।
ଛତିଶଗଡର ଭାନୁପ୍ରତାପପୁର:-
ଏହି ଆସନରେ ମଧ୍ୟ କଂଗ୍ରେସକୁ ସଫଳତା ମିଳିଛି । କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡବୀ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତାମଙ୍କୁ 21 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
- ମୈନପୁରୀ (ଉ.ପ୍ର) ଲୋକସଭା ଡିମ୍ପଲ ଯାଦବ (ସମାଜବାଦୀ ପାର୍ଟି)
- ରାମପୁର (ଉ.ପ୍ର)- ଆକାଶ ସକ୍ସେନା (ବିଜେପି)
- ଖାତୌଲି (ଉ.ପ୍ର)- ମଦନ ଭୈୟା (ଆରଏଲଡି)
- ସର୍ଦ୍ଦାରସହର (ରାଜସ୍ଥାନ) - ଅନିଲ କୁମାର ଶର୍ମା ( କଂଗ୍ରେସ)
- ପଦ୍ମପୁର- (ଓଡିଶା) -ବାର୍ଷା ସିଂ ବରିହା (ବିଜେଡି)
- କୁଢାନୀ- (ବିହାର) - କେଦାର ପ୍ରସାଦ ଗୁପ୍ତା (ବିଜେପି)
- ଭାନୁପ୍ରତାପପୁର (ଛତିଶଗଡ)- ସାବିତ୍ରୀ ମାଣ୍ଡବୀ (କଂଗ୍ରେସ)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ