ଓଡିଶା

odisha

ETV Bharat / bharat

ଘୋଡା ଚଢି ବର ଘରକୁ ଗଲେ କନିଆଁ

ଘୋଡା ଚଢି ବର ଘରକୁ ଗଲେ କନିଆଁ । ବିବାହ ପାଇଁ କନିଆଁ ଘୋଡାରେ ବସି ଶାଶୁ ଘରକୁ ଯାଇଥିଲେ । ଉତ୍ତରପ୍ରଦେଶର ମୁଜାଫର ନଗରରେ ଏଭଳି କିଛି ଦେଖିବାକୁ ମିଳିଛି । କନିଆଁ ଜଣକ ବରପରି ସଜେଇ ହୋଇ ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚି ନାଚି କନ୍ୟା ପକ୍ଷଙ୍କୁ ନେଇ ବର ଘରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

UP bride rides horse to her groom's house
ଘୋଡା ଚଢି ବର ଘରକୁ ଗଲେ କନିଆଁ

By

Published : Nov 30, 2022, 3:32 PM IST

ଲକ୍ଷ୍ମୌ: ବର ଘୋଡା ଚଢି କନିଆଁ ଘରକୁ ଆସିଥିବା ଆପଣ ଦେଖିଥିବେ । କିନ୍ତୁ କନିଆଁ ଘୋଡ଼ାରେ ବସି ଶାଶୁ ଘରକୁ ଯିବାର କେବେ ଶୁଣିଛନ୍ତି କି ? ଉତ୍ତରପ୍ରଦେଶର ମୁଜାଫର ନଗରରେ ଏଭଳି କିଛି ଦେଖିବାକୁ ମିଳିଛି । ଘୋଡା ଚଢି ବର ଘରକୁ ଗଲେ କନିଆଁ । ବିବାହ ପାଇଁ କନିଆଁ ଘୋଡାରେ ବସି ଶାଶୁ ଘରକୁ ଯାଇଥିଲେ । ଜଣେ 25 ବର୍ଷୀୟ ଯୁବତୀ ଘୋଡା ଚାଳିତ ରଥରେ ବସି ଶାଶୁ ଘରକୁ ଯାଉଛନ୍ତି । ବ୍ୟାଣ୍ଡ ବାଜା, ରୋସଣି ସହ ପରିବାର ଲୋକଙ୍କ ସହ ନାଚି ନାଚି ନିଜେ ବର ଘରେ ପହଞ୍ଚିଛନ୍ତି ।

ଏହି ସମାରୋହର ଭିଡ଼ିଓ ଏବେ ସୋସଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବର ପରି ସଜେଇ ହୋଇ ମୁଣ୍ଡରେ ପଗଡି ପିନ୍ଧି ନିଜ ପରିବାର ଏବଂ ବନ୍ଧୁ ପରିଜନ ସହ ଶୋଭାଯାତ୍ରାରେ ବାହାରି ବର ଘରେ ପହଞ୍ଚିଛନ୍ତି । କନିଆଁ ମଧ୍ୟ ବେଶ୍ ଖୁସି ଅନ୍ଦାଜରେ ନାଚ, ଗୀତ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଶୋଭାଯାତ୍ରା ବ୍ୟତୀତ, କନିଆଁକୁ ଦେଖିବା ପାଇଁ ରାସ୍ତାରେ ଯାଉଥିବା ଲୋକଙ୍କ ଭିଡ଼ ଜମିଥିଲା ​​। ତେବେ ଏହି ଯୁବତୀ ଜଣକ ହେଉଛନ୍ତି ସିମରନ, ଯିଏକି ସଫ୍ଟୱେୟାର ଇଞ୍ଜିନିୟର ଭାବେ ଦୁବାଇରେ ୨ବର୍ଷ କାର୍ଯ୍ୟ କରିବା ପରେ ଦୁଇ ମାସ ତଳେ ସେ ଘରକୁ ଫେରିଥିଲେ । ବିବାହ ପରେ ସିମରନ କହିଛନ୍ତି, " ବିବାହ ରୀତିନୀତି ଅନୁଯାୟୀ ବର ଘୋଡା ଚଢି କନିଆଁ ଘରକୁ ଆସେ । କିନ୍ତୁ ଆଜି ଜଣେ କନିଆଁ ଘୋଡାରେ ବସିଛି । ମୋ ପରିବାର ମୋତେ ପୁଅ ଭଳି ପାଳିଆସିଛନ୍ତି । ପ୍ରତ୍ୟେକ ଝିଅ କୌଣସି ପୁଅଠାରୁ କମ ନୁହଁନ୍ତି । ତେଣୁ ସମାଜକୁ ଏକ ବାର୍ତ୍ତା ଦେବା ପାଇଁ ଏଭଳି ପ୍ରୟାସ କରିଛି ।"

ଗତ ସୋମାବାର ଦିନ ସିମରନଙ୍କ ବିବାହ ଦୁଶ୍ୟନ୍ତ ଚୌଧୁରୀଙ୍କ ସହ ହୋଇଥିଲା । ଉତ୍ତରାଖଣ୍ଡ କାଶୀପୁର ନିବାସୀ ଦୁଶ୍ୟନ୍ତ ଚୌଧୁରୀ ଜଣେ ପେଟ୍ରୋଲିୟମ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ଦୁଶ୍ୟନ୍ତଙ୍କ ବାପା ପିଣ୍ଟୁ ଚୌଧୁରୀ ଜଣେ କୃଷକ ଅଟନ୍ତି ।

ABOUT THE AUTHOR

...view details