ଓଡିଶା

odisha

ETV Bharat / bharat

ପୋଲିସ ସାମ୍ନାରେ ମହିଳାଙ୍କୁ ଅସଦାଚରଣ, ଯୋଗୀଙ୍କ ଆଦେଶରେ ଅଲ୍ ଷ୍ଟାଫ୍ ସସପେଣ୍ଡ - ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ମହିଳାଙ୍କୁ ଅସଦଆଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଥାନାର ସମସ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଅଧିକ ପଢନ୍ତୁ...

ପୋଲିସ ସାମ୍ନାରେ ମହିଳାଙ୍କୁ ଅସଦାଚରଣ, ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଅଲ୍ ଷ୍ଟାଫ୍ ସସପେଣ୍ଡ
ପୋଲିସ ସାମ୍ନାରେ ମହିଳାଙ୍କୁ ଅସଦାଚରଣ, ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଅଲ୍ ଷ୍ଟାଫ୍ ସସପେଣ୍ଡ

By

Published : Jul 9, 2021, 6:24 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସର୍ବସମ୍ମୁଖରେ ମହିଳାଙ୍କୁ ଅସଦଆଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଘଟଣାରେ ଥାନାର ସମସ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଅନ୍ୟପକ୍ଷେ ମହିଳାଙ୍କ ସହ ଅସଦଆଚରଣ କରିଥିବା ଅଭିଯୁକ୍ତକୁ କରାଯାଇଛି ଗିରଫ ।

ମାମଲା ସାମ୍ନାକୁ ଆସିବା ପରେ ସିଏମ ଯୋଗୀ ଘଟଣାସ୍ଥଳରେ ମୁତୟନ ଅଧିକାରୀ ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଜିରୋ ଟଲେରାନ୍ସର ନୀତି ସହ ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ବିଗାଡିଥିବା କୌଣସି ପ୍ରୟାସକୁ ବରଦାସ୍ତ କରାଯିବନାହିଁ ବୋଲି କହିଛନ୍ତି ଯୋଗୀ ।

ସମ୍ବେଦନଶୀଳତା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ରାଜ୍ୟର କୌଣସି ଅଞ୍ଚଳରେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀମାନଙ୍କୁ କଠୋରତାର ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୋଲିସ ସାମ୍ନାରେ ମହିଳାଙ୍କୁ ଅସଦାଚରଣ, ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ପୁରା ଥାନା ନିଲମ୍ବିତ

ସିଏମ ଯୋଗୀଙ୍କ ନିର୍ଦ୍ଦେଶ ପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସପି ବିଜୟ । ସିଓ, ଇନ୍ସପେକ୍ଟର ଏବଂ ଏହାର ଆଖପାଖର ସମସ୍ତ ଆଉଟପୋଷ୍ଟରେ ମୁତୟନ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ପୋଲିସକର୍ମୀଙ୍କ ମଧ୍ୟରେ ସିଓ ଅଭୟ ପ୍ରତାପ ମଲ, ଇନ୍ସପେକ୍ଟର ହନୁମାନ ପ୍ରସାଦ, ଆଉଟପୋଷ୍ଟ ଇନଚାର୍ଜ ବରବର ମହେଶ ଗଙ୍ଗୱାର ଏବଂ ଉଚୌଲିଆ ଉଗ୍ରେସେନ ସାମିଲ ଅଛନ୍ତି । ଅନ୍ୟପକ୍ଷେ ମହିଳାଙ୍କ ଶାଢୀ ଟାଣିଥିବା ଅଭିଯୁକ୍ତ ୟଶ ଭର୍ମାକୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛ ପୋଲିସ ।

ରାଜ୍ୟର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ସେଠାରେ ଗଣ୍ଡଗୋଳ ଓ ଉତ୍ତେଜନା ଦେଖାଦେଇଥିଲା । ଗୁରୁବାର ନାମାଙ୍କନ ଦାଖଲ କରିବାକୁ ଆସିଥିବା ସମାଜବାଦୀ ପାର୍ଟି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପ୍ରାର୍ଥୀ ରିତୁ ସିଂଙ୍କ ଜଣେ ପ୍ରସ୍ତାବକଙ୍କ ଅନୀତାଙ୍କୁ ପୋଲିସ ସୁରକ୍ଷା ବଳ ସାମ୍ନାରେ ଅସଦାଚରଣ କରାଯାଇଥିଲା । ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଅଭିଯୁକ୍ତ । ଏଥିସହିତ ଅଭିଯୁକ୍ତମାନେ ଅନୀତାଙ୍କ ଶାଢୀକୁ ପୋଲିସଙ୍କ ଉପସ୍ଥିତିରେ ଟାଣିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details